ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳିରେ ଥିବା ଜମ୍ଭୀରା ଡ୍ୟାମରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି । ସୋମବାର ଡ୍ୟାମରେ ମତ୍ସ୍ୟଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳକାୟ କଇଁଛଟି ପଡିଥିଲା।
ଜମ୍ଭୀରା ଡ୍ୟାମରୁ 30 କିଲୋର ବିରଳ କଇଁଛ ଉଦ୍ଧାର - ଜମ୍ଭୀରା ଡ୍ୟାମ
ମୟୂରଭଞ୍ଜ ଜିଲ୍ଲା ଦେଉଳିରେ ଥିବା ଜମ୍ଭୀରା ଡ୍ୟାମରୁ ଉଦ୍ଧାର ହେଲା 30 କିଲୋର ବିରଳ କଇଁଛ । ଅଧିକ ପଢ଼ନ୍ତୁ...

ଜମ୍ଭୀରା ଡ୍ୟାମରୁ 30 କିଲୋର ବିରଳ କଇଁଛ ଉଦ୍ଧାର
ଜମ୍ଭୀରା ଡ୍ୟାମରୁ 30 କିଲୋର ବିରଳ କଇଁଛ ଉଦ୍ଧାର
କଇଁଛଟି ଉଦ୍ଧାର ହେବାପରେ ମତ୍ସ୍ୟଜୀବୀମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କଇଁଛଟିକୁ ଜବତ କରିଥିଲା । କଇଁଛଟିର ଓଜନ ୩୦ କିଲୋରୁ ଊର୍ଦ୍ଧ୍ବ ବୋଲି ଜଣାପଡିଛି । ବନ ବିଭାଗର କର୍ମଚାରୀମାନେ ଜୀବିତ କଇଁଛଟିକୁ ପୁଣିଥରେ ଡ୍ୟାମ ଭିତରକୁ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Jun 1, 2020, 11:57 PM IST