ଓଡିଶା

odisha

ETV Bharat / state

Mayurbhanj rape case : ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ - ଦଣ୍ଡାଦେଶ ଦେଲେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ । ପୋକସୋ କୋର୍ଟରେ ପୁଣି ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ବିଚାରପତି। ବିଚାରପତି ସୁମିତା ଜେନା ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି । ଅଧିକ ପଢ଼ନ୍ତୁ

Mayurbhanj rape case : ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ
Mayurbhanj rape case : ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ

By

Published : Dec 12, 2022, 7:16 PM IST

ବାରିପଦା :ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକସୋ କୋର୍ଟରେ ପୁଣି ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ବିଚାରପତି । ବିଚାରପତି ସୁମିତା ଜେନା ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି । ଏହାସହ ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ସଗୁଣାସୋଲ ଗ୍ରାମର ସୁନାରାମ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହାସହିତ ୧୩ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜୋରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଦର୍ଶାଇଛନ୍ତି । ଏହା ବ୍ୟତୀତ ନାବାଳିକା ପୀଡିତାକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗରୁ ପ୍ରକାଶ, ୨୦୧୮ ମଇ ୧ ତାରିଖରେ ଅଭିଯୁକ୍ତ ସୁନାରାମ ସିଂ ଉକ୍ତ ଗ୍ରାମର ଜୈନିକା ନାବାଳିକାଙ୍କ ପରିବାର ଲୋକେ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେହି ସମୟରେ ନାବାଳିକାକୁ ଏକୁଟିଆ ପାଇ ଘରୁ ଡାକି ନେଇଥିଲା ସୁନାରାମ ।

ତେବେ ଝିଅ ଘରେ ନଥିବା ଦେଖି ପରିବାର ଲୋକେ ବହୁ ସମୟ ଖୋଜା ଖୋଜି କରିଥିଲେ। ଖୋଜାଖୋଜି କରିବାର ଦୀର୍ଘସମୟ ପରେ ସ୍ଥାନୀୟ ସିମଲା ଛକ ମନ୍ଦିର ନିକଟସ୍ଥ ନଦୀ କୂଳରେ ଗୁରୁତର ଅବସ୍ଥାରେ ଝିଅ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହାମଧ୍ୟ ପଢ଼ନ୍ତୁ.୧୩ ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ, ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଜଣକ ପରିବାର ଲୋକଙ୍କୁ ସୁନାରାମ ସିଂ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଜଣାଇଥିଲା । ଏହାକୁ ନେଇ ପରିବାର ଲୋକେ ସ୍ଥାନୀୟ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଲିଖିତ ଅଭିଯୋଗକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇଥିଲା ।

ଏହାମଧ୍ୟ ପଢ଼ନ୍ତୁ.Mayurbhanj Rape Case: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ଉକ୍ତ ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁନାରାମ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ସାକ୍ଷୀ, ପ୍ରମାଣ ଓ ମେଡ଼ିକାଲ ରିପୋର୍ଟକୁ ଭିତ୍ତି କରି ବିଚାରପତି ମାମଲାର ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ଉକ୍ତ ମାମଲାକୁ ସରକାରୀ ସ୍ବତନ୍ତ୍ର ଆଇନଜୀବୀ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details