ଓଡିଶା

odisha

ETV Bharat / state

ପଥୋତ୍ସବରେ ଝଟକୁଛି ‘ମୁରୁଜରେ ମୋ ଜଗନ୍ନାଥ’ - ରାଇରଙ୍ଗପୁର ପଥୋତ୍ସବ

ରାସପୂର୍ଣ୍ଣିମା ଅବସରରେ ରାଇରଙ୍ଗପୁରରେ ଆୟୋଜିତ ହୋଇଛି ପଥୋତ୍ସବ । ଏହି ପଥୋତ୍ସବରେ ଆୟୋଜିତ ହୋଇଥିବା ମୁରୁଜ ପ୍ରତିଯୋଗିତାରେ ରଙ୍ଗିନ ହୋଇଥିଲା ପଥ । ମୁରୁଜରେ ଜଗନ୍ନାଥଙ୍କୁ ସ୍ଥାନ ଦେଇଥିଲେ ପ୍ରତିଯୋଗୀ । ଅଧିକ ପଢ଼ନ୍ତୁ...

ମୁରୁଜରେ ମୋ ଜଗନ୍ନାଥ

By

Published : Nov 12, 2019, 9:38 PM IST

ରାଇରଙ୍ଗପୁର: ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ରାଇରଙ୍ଗପୁରରେ “ମୁରୁଜରେ ମୋ ଜଗନ୍ନାଥ’’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ମାଉସୀ ମା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ପଥୋତ୍ସବ ମୁରୁଜ ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ 25ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ ।

‘ମୁରୁଜରେ ମୋ ଜଗନ୍ନାଥ’ ପ୍ରତିଯୋଗିତା

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ “ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ’’ ରାଇରଙ୍ଗପୁର ଶାଖା ପକ୍ଷରୁ ପ୍ରଥମ ଥର ଆୟୋଜିତ ଏହି କାର୍ଯକ୍ରମକୁ ସାଧାରଣରେ ବହୁ ପ୍ରଶଂସା ମିଳିଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ଅଙ୍କା ଯାଇଥିବା ମୁରୁଜ ଦର୍ଶକଙ୍କ ମନ କିଣିଥିଲା ।

ବିଜୁ ପଟ୍ଟନାୟକ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ରଙ୍ଗବେରଙ୍ଗର ମୁରୁଜ ପଡି ଆକାଶରେ ଇନ୍ଦ୍ରଧନୁ ସଦୃଶ୍ୟ ପ୍ରତୀୟମାନ ହେଉଥିଲା I ଏହି ମନୋରମ ମୁରୁଜ ଦେଖିବା ପାଇଁ ଦୂର ଦୁରାନ୍ତରୁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା I ଏହି ପ୍ରତିଯୋଗିତାରେ 3ଟି ପ୍ରତିଯୋଗୀ ଦଳକୁ ଆଗାମୀ ସମ୍ମିଳନୀରେ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ମଧ୍ୟ ପରିଷଦ ପକ୍ଷରୁ ହାତକୁ ନିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details