ରାଇରଙ୍ଗପୁର :କାର୍ଗିଲ ହିରୋ ତଥା କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ସେନାର ପୂର୍ବତନ ମେଜର ଡଃ ଫାଗୁରାମ ମାଣ୍ଡି ଗତ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୮ ଟା ୫୦ ମିନିଟ ସମୟରେ ଆସାମ ରାଜ୍ୟର ରଙ୍ଗିଆ ଠାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
ସ୍ବର୍ଗତ ଡ଼ଃ ମାଣ୍ଡିଙ୍କ ପୈତୃକ ଘର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନପାଖଣା ଗ୍ରାମରେ। ତେବେ ସେ କମାଣ୍ଡାଣ୍ଟ ମେଡିକାଲ 24 ବିଏନ୍ ଏସଏସବି ଆସାମ ରାଜ୍ୟର ରଙ୍ଗିଆରେ କାର୍ଯ୍ୟରତ ଥିଲେ। ତେବେ ଦେଶ ପାଇଁ କାର୍ଯ୍ୟରତ ସମୟରେ ତାଙ୍କର ବିୟୋଗ ଘଟିଥିଲା।