ରାଇରଙ୍ଗପୁର: ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରିଛି NDA । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଏହାକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବେ ପ୍ରଥମ ଓଡ଼ିଆ, ରାଇରଙ୍ଗପୁରରେ ଖୁସିର ଲହରୀ - ଦିଲ୍ଲୀ ଯିବେ ଦ୍ରୌପଦୀ ମୁର୍ମୁ
ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରିଛି NDA । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଅଧିକ ପଢ଼ନ୍ତୁ
ସେପଟେ ଦ୍ରୌପଦୀ ମୁର୍ମୁଙ୍କୁ NDA ରାଷ୍ଟ୍ରପତି ପ୍ରାର୍ଥିନୀ ଘୋଷଣା କରିବା ପରେ କେନ୍ଦ୍ର ସରକାର ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଉଛି । ସେପଟେ ରାଇରଙ୍ଗପୁରରେ ଗୁରୁବାର ଦିନ ତମାମ ଦଳୀୟ ନେତା ଓ କର୍ମୀ ତଥା ମିଡିଆର ଗହଳି ଲାଗିଥିଲା । ରାଇରଙ୍ଗପୁର NACର କାଉନସିଲର ଭାବରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଦ୍ରୌପଦୀ ମୁର୍ମୁ । ଆଜି ସେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ।
ଗୁରୁବାର ଅପରାହ୍ଣରେ ସେ ରାଇରଙ୍ଗପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେ ଗୁରୁବାର ରାତି ଭୁବନେଶ୍ବରରେ ବିତାଇବା ପରେ ଶୁକ୍ରବାର ସକାଳୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯିବେ । ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦେଶ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବେ । ସମାଜ ସେବା ବିଶେଷକରି ଗରିବ, ପଛୁଆବର୍ଗ ସଶକ୍ତିକରଣ ଦିଗରେ ତାଙ୍କର ଅବଦାନ ଅତୁଳନୀୟ । ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ ସେ ସୁରୁଖୁରୁରେ ଦାୟିତ୍ବ ତୁଲାଇଥିଲେ ।