ଓଡିଶା

odisha

ETV Bharat / state

ରାଇରଙ୍ଗପୁର ନାଗରିକ ମଞ୍ଚ ତରଫରୁ ସୁଷମା ସ୍ବରାଜଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି - ସୁଷମା ସ୍ବରାଜଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର ପିସିଏମ କଲ୍ୟାଣମଣ୍ଡପରେ ନାଗରିକ ମଞ୍ଚ ତରଫରୁ ସୁଷମା ସ୍ବରାଜଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Aug 17, 2019, 5:51 AM IST

ରାଇରଙ୍ଗପୁର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ଏକାଦଶାହରେ ରାଇରଙ୍ଗପୁର ପିସିଏମ କଲ୍ୟାଣମଣ୍ଡପରେ ନାଗରିକ ମଞ୍ଚ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ବହୁ ସଂଖ୍ୟାରେ ସଚେତନ ନାଗରିକମାନେ ଉପସ୍ଥିତ ରହି ବିଶ୍ଵସ୍ତରୀୟ ଏହି ଦିବଂଗତ ନାରୀନେତ୍ରୀଙ୍କ ଫଟୋରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ପରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନବିନ ରାମଙ୍କ ସଭାପତିତ୍ତ୍ବରେ ଏବଂ ସଂଜୀବ ମହାନ୍ତିଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ଚାଲିଥିଲା । ମଂଚରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ସୁଷମାଜୀଙ୍କ ଅମ୍ଳାନ ପ୍ରତିଭା ଓ ଜୀବନରେ ଯେଉଁ ପଦବୀ ଦେଇଥିଲେ ତାହା କିଭଳି ନିଭାଇଥିଲେ ବର୍ଣ୍ଣନା କରିଥିଲେ । ବରିଷ୍ଠ ନାଗରିକ ସଭାପତି ରସାନନ୍ଦ ଲେଙ୍କା, ବରିଷ୍ଠ ଓକିଲ ରବି ଦାସ, ସମୟର ପରିକ୍ରମା ସଭାପତି ମନୋଜ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରଷ୍କୃତ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଲଳିତ ମହାନ୍ତ, ରଂଜନ ନନ୍ଦ ପ୍ରମୁଖ ସୁଷମା ସ୍ବରାଜଙ୍କ ସହ ମିଳିଥିବା ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ତାଙ୍କର ମୃତ୍ୟୁରେ ଦେଶର ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ରାଇରଙ୍ଗପୁର ବିଧାୟକ ମତବ୍ୟକ୍ତ କରିଥିଲେ।


ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details