ଓଡିଶା

odisha

ETV Bharat / state

ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟଣା: ଧରାପଡିଲେ 2 ଅଭିଯୁକ୍ତ

ମୟୂରଭଞ୍ଜ ଜିଲ୍ଲାରେ ଥମୁନି ଡାହାଣୀ ସନ୍ଦେହରେ ହତ୍ୟା ଘଟଣା । ରବିବାର ଟୀକା ନାଏକ ଓରଫ୍ ଭସ୍ଲ ନାଏକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଧରାପଡିଲେ 2 ଅଭିଯୁକ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Jan 15, 2020, 3:59 PM IST

ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟଣା: ଧରାପଡିଲେ 2 ଅଭିଯୁକ୍ତ
ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟଣା: ଧରାପଡିଲେ 2 ଅଭିଯୁକ୍ତ

ରାଇରଙ୍ଗପୁର: ବନ୍ଧୁ ସାଜିଲା ବଇରୀ । ଡାହାଣୀ ସନ୍ଦେହରେ ଅତି ନିର୍ମମ ଭାବେ ହତ୍ୟା କଲା ବନ୍ଧୁ । ରବିବାର ଟୀକା ନାଏକ ଓରଫ୍ ଭସ୍ଲ ନାଏକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଧରାପଡିଲେ 2 ଅଭିଯୁକ୍ତ । ମୟୂରଭଞ୍ଜ ଜିଲ୍ଲାରେ ଥମୁନି ଡାହାଣୀ ସନ୍ଦେହରେ ହତ୍ୟା କରିବା ଘଟଣା । ବିଶୋଇ ଥାନା ଅଞ୍ଚଳରେ 2019 ଡିସେମ୍ବର 09 ତାରିଖ ସୋମବାର ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ କରିଥିବା ଘଟଣାର ମାସେ ନପୁରୁଣୁ ପୁଣି ଏକ କଟୁରୀ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟଣା: ଧରାପଡିଲେ 2 ଅଭିଯୁକ୍ତ

ଅନ୍ଧବିଶ୍ଵାସ ଯୋଗୁଁ ବନ୍ଧୁ ସାଜିଲା ବନ୍ଧୁର ବଇରୀ । ଅନ୍ଧବିଶ୍ଵାସରେ ବଶବର୍ତ୍ତୀ ହୋଇ ନିଜ ବନ୍ଧୁଙ୍କୁ କୁକୁଡା କଟା କଟୁରୀ ସାହାଯ୍ୟରେ ବେକରେ ବାରମ୍ବାର ପ୍ରହାର କରି ଜୀବନ ନେବାକୁ ପଛାଇ ନଥିଲେ ବନ୍ଧୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା କଲୋନୀ ସାହିରେ।

ସୂଚନାନୁଯାୟୀ ମଣଦା ଗ୍ରାମର ଟୀକା ନାଏକ, ପାଣ୍ଡୁ ନାଏକ ଓ ବିକାଶ ସେଠୀ ତିନିଜଣ ବନ୍ଧୁ ଥିଲେ I ତେବେ ପାଣ୍ଡୁ ନାଏକର ବାପାଙ୍କ ଦୁଇ ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦେହ ଅସୁସ୍ଥ ହେବା କାରଣ ଡାହାଣୀ ବୋଲି କହିଲେ । ଆଉ ଏସବୁ ଟୀକା ନାଏକଙ୍କ ଯୋଗୁଁ ହୋଇଥିବା ତାଙ୍କ ବାପା ମୃତ୍ୟୁ ସମୟରେ କହିଥିଲେ I ବାପାଙ୍କୁ ଡାହାଣୀ ଖାଇଥିବା ସନ୍ଦେହ କରି ପାଣ୍ଡୁ ନାଏକ ପୂର୍ବରୁ ଦୁଇ ଥର ଟୀକା ନାଏକଙ୍କୁ ହତ୍ୟା କରିବା ନେଇ ଷଡଯନ୍ତ୍ର କରି ବିଫଳ ହୋଇଥିଲେ I ଗତ ଶନିବାର ରାତି 10 ଟା ବେଳେ ପାଣ୍ଡୁ ନାଏକ ଓ ତାଙ୍କ ସାଙ୍ଗ ବିକାଶ ସେଠୀଙ୍କ ଟୀକା ନାଏକଙ୍କ ସହ ଦେଖା ହୋଇଥିଲା I

ଟୀକା ନାଏକଙ୍କୁ ମଦ ପିଆଇ ଘରେ ଛାଡିଦେବା କହି ଉଭୟ ତାଙ୍କୁ ନିଜ ଘର ନିକଟରେ କୁକୁଡା କଟା କଟୁରୀରେ ପ୍ରହାର କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ I ତେବେ ରବିବାର ସକାଳୁ ପୋଲିସ ମଣଦା କଲୋନୀ ସାହିରେ ଟୀକା ନାଏକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଥିଲେ । ପରେ ବିଶୋଇ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଛାନଭିନ ଚଳାଇବା ପରେ ଘଟଣାର ପର୍ଦାଫାଶ ହୋଇଥିଲା I ବିଶୋଇ ପୋଲିସ ହତ୍ୟାକାରୀ ଦୁଇ ବନ୍ଧୁ ପାଣ୍ଡୁ ନାଏକ ଓ ବିକାଶ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details