ଓଡିଶା

odisha

By

Published : Oct 7, 2019, 12:00 AM IST

ETV Bharat / state

ମହାଅଷ୍ଟମୀ ପୂଜାରେ ମା'ଙ୍କ ପାଖରେ ପଡିଲା ପାଣିକଖାରୁ ବଳି

ମା'ଙ୍କ ଆଗମନରେ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ମହିଳା ଶ୍ରଦ୍ଧାଳୁ ମାନେ ମା' ଙ୍କ ମହାଅଷ୍ଟମୀ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରିଥିଲେ। ଏହି ଦିନ ପ୍ରାୟତଃ ବ୍ରତଧାରୀ ମହିଳା ମାନେ ନିର୍ଜ୍ବଳା ଉପାସ ରହିଥାନ୍ତି।

ମହାଅଷ୍ଟମୀ

ରାଇରଙ୍ଗପୁର: ଆଜି ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା। ଏନେଇ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି। ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମହାଅଷ୍ଟମୀ ପୂଜା ଅବସରରେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏଥିସହ ମହିଳା ଶ୍ରଦ୍ଧାଳୁ ମାନେ ମା' ଙ୍କ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରିଥିଲେ। ଏହି ଦିନ ପ୍ରାୟତଃ ବ୍ରତଧାରୀ ମହିଳା ମାନେ ନିର୍ଜ୍ବଳା ଉପାସ ରହିଥାନ୍ତି। ମହାଅଷ୍ଟମୀର ପୂଜା , ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ହୋଇ ଆରମ୍ଭ ହୋଇଥିଲା ସନ୍ଧି ପୂଜା। ସନ୍ଧି ପୂଜାରେ ମା'ଙ୍କ ପାଖରେ ପାଣିକଖାରୁ ବଳି ଅର୍ପଣ କରାଯାଇଥିଲା।

ମା'ଙ୍କ ପାଖରେ ପାଣିକଖାରୁ ବଳି

ଦ୍ବିପହର ସମୟରେ ମାଆଙ୍କୁ ଅନ୍ନଭୋଗ ଅର୍ପଣ କରାଯାଇ ଶହ ଶହ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନର କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟା ସମୟରେ ମା'ଙ୍କ ଆରତୀ ମଧ୍ୟ ସମ୍ପନ୍ନ ହୋଇଯାଇଛି।

ଢୋଲ, ଶଙ୍ଖ, ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଛି ମା' ଦୁର୍ଗାଙ୍କ ପୀଠ। ମଣ୍ଡପରେ ମହାଅଷ୍ଟମୀ ପୂଜା ଅବସରରେ ମନ୍ତ୍ର ଧ୍ବନିରେ ଚଉଦିଗ ପ୍ରକମ୍ପିତ ହୋଇଉଠିଥିଲା। ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇ ଥିବାରୁ ଲୋକେ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details