ଓଡିଶା

odisha

By

Published : Jul 30, 2022, 1:47 PM IST

ETV Bharat / state

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

ଅପ୍ରିଲ ୨୦୧୮ ମସିହା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଲାଲ ମୋହନ ମୁଣ୍ଡାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ । ଅଧିକ ପଢନ୍ତୁ

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ
ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

ରାଇରଙ୍ଗପୁର: ଅପ୍ରିଲ ୨୦୧୮ ମସିହା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଲାଲ ମୋହନ ମୁଣ୍ଡାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ । ଏହ ସହ ୩୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୩ ମାସ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦୌରାଜର୍ଜ । ପାରିପାର୍ଶ୍ବିକ ସ୍ଥିତି ଓ ଆଠ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ଲାଲ ମୋହନକୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଛି । ଏହି ମକଦ୍ଦମାଟିକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିବା ବେଳ ଆଜି ଶୁଣାଣି କରିଛନ୍ତି କୋର୍ଟ ।

ସୂଚନାଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢେଇପାହାଡି ଗାଁରେ ଗତ ଅପ୍ରିଲ ୨୦୧୮ରେ ଲାଲମୋହନ ମୁଣ୍ଡା ଜନୈକ ୫୫ ବର୍ଷିୟା ମହିଳାଙ୍କୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା । ଏନେଇ ମହିଳାଙ୍କ ପରିବାର ତରଫରୁ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details