ରାଇରଙ୍ଗପୁର: ନୂତନ ମୋଟରଯାନ ସଂଶୋଧନ ଆଇନ 2019 ଲାଗୁ ହେବାପରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଓ ଆଞ୍ଚଳିକ ପରିବହନର ମିଳିତ ଆନୁକୂଲ୍ୟରେ ଜନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I
ରାଇରଙ୍ଗପୁର ଆଦର୍ଶ ଥାନା ଓ ଆଞ୍ଚଳିକ ପରିବହନ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଏନସିସି, ଏନଏସଏସ ଓ ସ୍ବେଛାସେବୀ ଯୋଗ ଦେଇ ନୂତନ ମୋଟର ଯାନ ସଂଶୋଧନ ଆଇନ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିପାଇଁ ରାଇରଙ୍ଗପୁର ଆଦର୍ଶ ଥାନରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ I ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସଚେତନ କରିବା ସହ ଛାତ୍ରଛାତ୍ରୀ ସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।