ରାଇରଙ୍ଗପୁର: ଦକ୍ଷିଣ ପୂର୍ବ ରେଳବାଇ ଡିଆରଏମଙ୍କ ବାଦାମପାହାଡ ଗସ୍ତ। ଆଜି ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ମଣ୍ଡଳ ଡିଆରଏମ ଛତ୍ରପାଲ ସିଂ ଅଧିକାରୀବର୍ଗଙ୍କ ଏକ ଦଳସହ ସ୍ବତନ୍ତ୍ର ନିରୀକ୍ଷଣ ଟ୍ରେନ ଯୋଗେ ଟାଟାନଗର-ବାଦାମପାହାଡ ରେଳପଥ ନିରୀକ୍ଷଣରେ ପହଞ୍ଚିଥିଲେ। ଝରାଡିହି ରେଳ ଷ୍ଟେସନରେ ୧୧ଟା୪୫ ବେଳକୁ ପହଞ୍ଚିଥିଲେ। ଝରାଡିହି ରେଳଷ୍ଟେସନରେ ଏକତ୍ରିତ ହୋଇଥିବା ସ୍ଥାନୀୟ ଲୋକେ ବିଭିନ୍ନ ଦାବି ଜଣାଇବା ସହ ଡିଆରଏମଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ପ୍ରମୁଖ ଦାବି ଗୁଡିକ ମଧ୍ୟରେ ପ୍ଲାଟଫର୍ମର ଉଚ୍ଚତା କମ୍ ଥିବାରୁ ମହିଳା,ବୟୋଜ୍ୟଷ୍ଠ ବ୍ୟକ୍ତି, ଦିବ୍ୟାଙ୍ଗ ଓ ଛୋଟ ପିଲାମାନଙ୍କ ଟ୍ରେନରେ ଚଢିବା ଓଲ୍ଲାଇବା ବେଳେ ଅସୁବିଧାର ସମ୍ମୁଖିନ ହେଉଥିବାରୁ ପ୍ଲାଟଫର୍ମକୁ ଉଚ୍ଚ କରାଯିବ । ରେଳଷ୍ଟେସନକୁ ଯାଇଥିବା ରାସ୍ତା ମରାମତି ଅଭାବରୁ ଜରାଜୀର୍ଣ୍ଣ ହୋଇ ରହିଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗ କରୁଥିବାରୁ ରାସ୍ତାର ମରାମତି କରାଯିବା। ଷ୍ଟେସନରେ ଥିବା ଶୌଚାଳୟ ଗୁଡିକ ଖରାପ ଅବସ୍ଥାରେ ରହିଛି । ସେଗୁଡିକ ବ୍ୟବହାର ଯୋଗ୍ୟ କରାଯିବ । ସଫେଇ କର୍ମଚାରୀଙ୍କ ନିୟୋଜିତ କରାଯିବା ଆଦି ଦାବି ଆଣିଛନ୍ତି ସ୍ଥାନୀୟ ଲୋକ ଆଣିଛନ୍ତି।
ଟ୍ରେନ୍ ନଂ '୭୮୦୩୦'କୁ ଟ୍ରେନ୍ ନଂ '୧୨୮୭୧' ସହ ଲିଙ୍କ କରାଗଲେ ବାଦାମପାହାଡ ରୁଟର ଯାତ୍ରୀମାନେ ରାଉରକେଲା ଯାତ୍ରା କରିବାକୁ ସୁବିଧା ପାଇପାରିବେ ତେଣୁ ଉକ୍ତ ଟ୍ରେନର ସମୟ ପରିବର୍ତ୍ତନ କରାଯାଇ ଲିଙ୍କ କରାଯିବା ପରି ପ୍ରମୁଖ ଦାବି ଗୁଡିକ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା ।