ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଗୋଟିଏ ପଟେ ମହାମାରୀ କୋରୋନା ସମୟରେ ଜାରି ସଟଡାଉନର ଫାଇଦା ଉଠାଇ ଦୁର୍ଗମ ଅଞ୍ଚଳଗୁଡିକରେ ଚୋରାରେ ମଦ ପ୍ରସ୍ତୁତ କରାଯାଉଥିବାବେଳେ ଅନ୍ୟପକ୍ଷେ ଚୋରା ମଦ ବେପାରୀଙ୍କ ଉପରେ ଲଗାମ ଲଗେଇବାକୁ ଅବକାରୀ ବିଭାଗ ଆକ୍ସନ ମୋଡ଼ରେ ।
ମୟୂରଭଞ୍ଜ ଜିଲ୍ଲାର ବହଳଦା, ଯାମଦା, ବାଦାମପାହାଡ଼ ଓ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଦୁର୍ଗମ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢାଉ ସମୟରେ ବ୍ୟାପକ ପରିମାଣର ମଦ ରନ୍ଧା ସରଞ୍ଜାମ ସହ 50 ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ମୋଟ 6200 କିଲୋଗ୍ରାମ ମହୁଲ ପୋଚ ମଧ୍ୟ ନଷ୍ଟ କରାଯାଇଛି ।