ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ତିନିଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ସନ ମୁଡ୍କୁ ଆସିଛି ରାଇରଙ୍ଗପୁର ପ୍ରଶାସନ । ସେଥିପାଇଁ ଲକଡାଉନ ନିୟମ ମାନୁ ନ ଥିବା ଦୋକାନୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ବେଆଇନ ଭାବେ ଖୋଲାଥିବା ଏକ ଜଳଖିଆ ହୋଟେଲ ଉପରେ ଚଢ଼ାଉ କରି ସିଲ କରିଛି ପ୍ରଶାସନ ।
ଲକଡାଉନ ଗାଇଡଲାଇନକୁ ଅମାନ୍ୟ, ଜଳଖିଆ ଦୋକାନ ସିଲ କଲା ରାଇରଙ୍ଗପୁର ପ୍ରଶାସନ - ରାଇରଙ୍ଗପୁର ପ୍ରଶାସନ
ମୟୂରଭଞ୍ଜ ଜିଲ୍ଲାରେ ତିନିଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ସନ ମୁଡ୍କୁ ଆସିଛି ରାଇରଙ୍ଗପୁର ପ୍ରଶାସନ । ସେଥିପାଇଁ ଲକଡାଉନ ନିୟମ ମାନୁ ନ ଥିବା ଦୋକାନୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ବେଆଇନ ଭାବେ ଖୋଲାଥିବା ଏକ ଜଳଖିଆ ହୋଟେଲ ଉପରେ ଚଢ଼ାଉ କରି ସିଲ କରିଛି ପ୍ରଶାସନ । ଅଧିକ ପଢନ୍ତୁ...
ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ରାଇରଙ୍ଗପୁର ତହସିଲଦାର ଜଗରଞ୍ଜନ ନାଏକଙ୍କ ନେତୃତ୍ବରେ ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ ଓ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରେଣୁବାଳା ସାହୁ ସଦଳବଳେ ରାଇରଙ୍ଗପୁର ସହରରେ ଥିବା ମୋଦକ୍ ସୁଇଟ୍ସ ନାମକ ଏକ ଜଳଖିଆ ହୋଟେଲ ଉପରେ ଚଢ଼ାଉ କରି ସିଲ୍ କରିଥିଲେ । ପ୍ରଶାସନ ତରଫରୁ ଜାରି ଗାଇଡଲାଇନ କୁ ବେଖାତିର କରିବାରୁ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତା ସହିତ ସହରରେ ଥିବା ଦୋକାନୀ ମାନଙ୍କୁ ଲକଡାଉନର ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖି ବ୍ୟବସାୟ କରିବାକୁ ପରାମର୍ଶ ଦିଆଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ