ରାଇରଙ୍ଗପୁର: ଟ୍ରାକ୍ଟର ଚାପାରେ ଚାଳକ ମୃତ । ପୋଖରୀ ଖୋଳା କାର୍ଯ୍ୟରେ ନିୟୋଜିତ ହୋଇଥିବା ଟ୍ରାକ୍ଟକ ଓଲଟି ଚାଳକଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନିକଟ ବରଜିଆଣି ଗ୍ରାମରେ ।
ସୂଚନାଅନୁସାରେ,ବରାଜିଆଣି ଗାଁ ନିକଟ ପୋଖରୀ ଖନନ କାର୍ଯ୍ୟ ଚାଲିଥିଲା । ଜେସିବି ସାହାଯ୍ୟରେ ଟ୍ରାକ୍ଟରରେ ମାଟି ଲୋଡ ହେଉଥିଲା । ମାଟି ଲୋଡ୍ କରି ଟ୍ରାକ୍ଟର ଯାଉଥିବା ସମୟ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟରରେ ଚାପି ହୋଇଯାଇଥିଲେ ଚାଳକ ।