ଓଡିଶା

odisha

ETV Bharat / state

ମାଆଙ୍କ ପଣତରେ ସବୁଜିମା ଟାଙ୍ଗରା ପାହାଡ, ପୁନାସିଆ ଜଙ୍ଗଲକୁ ପୁଅ ଭଳି ପାଳୁଛନ୍ତି ଗ୍ରାମବାସୀ - ପୁନାସିଆ ଜଙ୍ଗଲ

ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ମାଆର ପଣତକାନି । ଯାହାର ଛତ୍ରଛାୟା ତଳେ ଟାଙ୍ଗରା ଭୂଇଁରେ ବି କଅଁଳି ପାରେ ଦୁବ । ଆଉ ତାର ଏହି ନିସ୍ବାର୍ଥପର ସରାଗ, ସ୍ନେହ ହିଁ ଏହି ଟାଙ୍ଗରା ପାହାଡକୁ ସବୁଜିମା କରିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବନ ବିଭାଗରେ ଅନ୍ତର୍ଗତ ପୁନାସିଆ ମହିଳାଙ୍କ ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ...

ମାଆଙ୍କ ପଣତରେ ସବୁଜିମା ଟାଙ୍ଗରା ପାହାଡ
ମାଆଙ୍କ ପଣତରେ ସବୁଜିମା ଟାଙ୍ଗରା ପାହାଡ

By

Published : Feb 10, 2021, 5:01 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ବନବିଭାଗର ପୁନାସିଆ ଗାଁ । ଦିନ ଏହି ଅଞ୍ଚଳ ଟାଙ୍ଗରା ପାହାଡରେ ପରିପୂର୍ଣ୍ଣ ଥିଲା । ଆଜି ଘଞ୍ଚ ଜଙ୍ଗଲ ସବୁଜିମାରେ ପରିଣତ ହୋଇଛି । ଆଉ ଏସବୁ କୌଣସି ବନ ବିଭାଗ ନୁହେଁ ମହିଳା ଉଦ୍ୟମରେ ସଫଳ ହୋଇପାରିଛି । ଯେଉଁମାନେ ସକାଳ ଆଉ ସଞ୍ଜରେ ଜଙ୍ଗଲ ଜଗିବା ସହ ସୁରକ୍ଷା ଦେଇ ଆସୁଛନ୍ତି । ନିଜ ସନ୍ତାନ ପରି ଏହି ଜଙ୍ଗଲର ଆଦର କରୁଛନ୍ତି ପୁନାସିଆ ଗ୍ରାମବାସୀ ।

ମାଆଙ୍କ ପଣତରେ ସବୁଜିମା ଟାଙ୍ଗରା ପାହାଡ, ପୁନାସିଆ ଜଙ୍ଗଲକୁ ପୁଅ ଭଳି ପାଳୁଛନ୍ତି ଗ୍ରାମବାସୀ

କୁହନ୍ତି, ଦୁନିଆର ସବୁଠାର ସୁରକ୍ଷିତ ସ୍ଥାନ ମାଆର ପଣତକାନି । ଆଉ ତାର ଛତ୍ରଛାୟା ତଳେ କଅଁଳି ପାରେ ଦୁବ । ସେହି ମହିଳାମାନଙ୍କ ସ୍ନେହ, ସରାଗ ହିଁ ତ ଏକ ଟାଙ୍ଗରା ମରୁଭୂଇଁରେ ବିରାଟ ଜଙ୍ଗଲ ସୃଷ୍ଟି ହୋଇପାରିଛି । ପାଖାପାଖି 80 ହେକ୍ଟରରୁ ଊର୍ଦ୍ଧ୍ବ ଜାଗାରେ ଦୀର୍ଘ 20 ବର୍ଷ ଧରି ନିରବିଚ୍ଛନ୍ନ ଭାବେ ମହିଳାମାନେ 80 ହେକ୍ଟରରୁ ଊର୍ଦ୍ଧ୍ବ ସ୍ଥାନରେ ଗଛ ଲଗେଇବା ସହ ଜଙ୍ଗଲକୁ ଦେଇଆସୁଛନ୍ତି ସୁରକ୍ଷା ।

1975 ମସିହାରୁ ଜଙ୍ଗଲର ସୁରକ୍ଷା ଦାୟିତ୍ବ ନେଇଥିଲେ ପୁନାସିଆ ଗ୍ରାମବାସୀ । ହେଲେ ପୀଢି ପରବର୍ତ୍ତନ ହେବା ପରେ ପୂର୍ବ ପରି କେହି ଜଙ୍ଗଲକୁ ପଚାରିଲେ ନାହିଁ । ତେବେ ବର୍ଷ 2000 ରେ ଜଣେ ପରିବେଶବିତଙ୍କ ଉଦ୍ୟମ କ୍ରମେ ଏହି ଗାଁରେ ସ୍ବଂୟ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ଆଉ ଏଥିରେ ମହିଳାମାନେ ଆଗକୁ ଆସିବ ସହ ଜଙ୍ଗଲ ସୁରକ୍ଷା କମିଟି ଗଠନ କରି ଜଙ୍ଗଲର ସୁରକ୍ଷା ଦେଉଛନ୍ତି ।

ଏହି ଜଙ୍ଗଲରେ ଶାଳ, ପିଆଶାଳ, ସାଗୁଆନ ଭଳି ମୂଲ୍ୟବାନ ଗଛ ଲଗାଯାଇଛି । କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଜଙ୍ଗଲକୁ ସୁରକ୍ଷିତ ଦେବାକୁ ପାଳି କରି ସକାଳ ସଞ୍ଜରେ ମହିଳାମାନେ ଏଠି ପହରା ଦିଅନ୍ତି । ପୁନାସିଆ, ଭାଲୁ ପାହାଡି, ମଣଦା ଗାଁରେ ପ୍ରତି ମହିଳା ଠେଙ୍ଗା ବାଡି ଥରେ ଜଙ୍ଗଲରେ ଜଗି ଆସୁଛନ୍ତି । ଏପରିକି ଅନେକ ଥର କାଠ ମାଫିଆଙ୍କ ସହ ମୁହାଁମୁହିଁ ହୋଇ ଅନେକ ଥର ଆଇନଗତ ଲଢେଇର ସାମ୍ନା କରୁଛନ୍ତି । କିନ୍ତୁ ଗୋଟିଏ ଜିଦ, ଯେତେ ବାଧା ବିଘ୍ନ ହେଲେ ବି ପଛୁକୁ ହଟିବୁ ନାହିଁ । ମହିଳାଙ୍କ ଏଭଳି ପ୍ରୟାସକୁ ନେଇ ଏହି ଅଞ୍ଚଳ ବେଶ ଗର୍ବିତ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details