ଓଡିଶା

odisha

ETV Bharat / state

ବିଜୟା ଦଶମୀରେ କମ୍ପିଲା ରାଇରଙ୍ଗପୁର ପୂଜା ମଣ୍ଡପ

ପବିତ୍ର ବିଜୟା ଦଶମୀରେ ଜଗତଜନନୀ ମା’ ଦୁର୍ଗାଙ୍କ ମହାଦଶମୀ ପୂଜା। ଗାଁ ଗହଳି, ସହରାଞ୍ଚଳ, ମଣ୍ଡପ ଓ ପୀଠ ସବୁଠି ଉତ୍ସବର ମାହୋଲ । ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ପୂଜା ମଣ୍ଡପରେ ମହାଦଶମୀ ପୂଜା ଅନୁଷ୍ଠିତ ହୋଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Oct 8, 2019, 8:22 PM IST

ରାଇରଙ୍ଗପୁର: ପବିତ୍ର ବିଜୟା ଦଶମୀରେ ଜଗତଜନନୀ ମା’ ଦୁର୍ଗାଙ୍କ ମହାଦଶମୀ ପୂଜା। ଗାଁ ଗହଳି, ସହରାଞ୍ଚଳ, ମଣ୍ଡପ ଓ ପୀଠ ସବୁଠି ଉତ୍ସବର ମାହୋଲ । ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ପୂଜା ମଣ୍ଡପରେ ମହାଦଶମୀ ପୂଜା ଅନୁଷ୍ଠିତ ହୋଇଛି। ମହାଦଶମୀ ପୂଜା ଅବସରରେ ସହରରେ ଥିବା ସମସ୍ତ ପୂଜା ମଣ୍ଡପଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହ ଶ୍ରଦ୍ଧାଳୁମାନେ ମା’ଙ୍କ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ମହାଦଶମୀର ପୂଜା, ହୋମ, ଯଜ୍ଞ ଓ ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ମା’ଙ୍କ ଆଳତୀ ସମୟରେ ମହିଳା ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା । ତେବେ ଆଳତୀ ସମୟରେ ଦର୍ଶନ କରିବାକୁ ଆସିଥିବା ଜଣେ ମହିଳା ଶ୍ରଦ୍ଧାଳୁଙ୍କ ଦେହରେ କାଳିସୀ ଲାଗିଥିବା ଦେଖାଯାଇଥିଲା। ମା’ଙ୍କୁ ଦର୍ଶନ କରିବାକୁ ଆସି ବାଜାର ତାଳେ ତାଳେ କେଶକୁ ମୁକୁଳା କରି ସେ ଝୁଲିବା ଆରମ୍ଭ କରିଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଇରଙ୍ଗପୁର ସହରର ଅଁଳାଡୁବା ଦୁର୍ଗାପୂଜା ମଣ୍ଡପରେ।

ତେବେ ମହିଳାଙ୍କୁ ଏପରି ଝୁଲୁଥିବାର ଦେଖି ତାଙ୍କ ଦେହରେ ମା’ ଦୁର୍ଗା ବିରାଜମାନ କରିଥିବା ସ୍ଥାନୀୟ ଲୋକମାନେ ବିଶ୍ବାସ କରିଥିଲେ। ଦଶମୀ ବିହିତ ପୂଜା ପରେ ଆରମ୍ଭ ହୋଇଥିଲା ଅପରାଜିତା ପୂଜା। ଅପରାଜିତା ଲତାକୁ ପୂଜା କରାଯାଇ ଘଟ ଉତ୍ତୋଳନ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବଣୁନ କରାଯାଇଥିଲା। ବିଶ୍ବାସ ରହିଛି ପୂଜା ହୋଇଥିବା ଅପରାଜିତା ଲତାକୁ ଧାରଣ କଲେ ପାଖରୁ କୁଶକ୍ତି ଦୂରେଇ ଯାଇଥାଏ।

ପରେ ମା’ଙ୍କୁ ଅନ୍ନଭୋଗ ଅର୍ପଣ କରାଯାଇ ଶହ ଶହ ଶ୍ରଦ୍ଧାଳୁମାନଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା। ମହାଦଶମୀ ଅବସରରେ ପୂଜା ମଣ୍ଡପଗୁଡିକ ମନ୍ତ୍ର ଧ୍ବନି, ଢୋଲ, ଶଙ୍ଖ, ଘଣ୍ଟ ଓ ଘଣ୍ଟା ଶବ୍ଦରେ କମ୍ପି ଉଠୁଥିଲା। ମା’ଙ୍କ ମହାଦଶମୀ ବିହିତ ପୂଜା ସମ୍ପନ୍ନ ହେବା ପରେ ଘଟ ବିସର୍ଜନ କରାଯାଇଥିଲା। ଏଥିସହ ବୁଧବାର ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details