ଓଡିଶା

odisha

ETV Bharat / state

ବର୍ଷାଦିନେ ଜଳ ଯନ୍ତ୍ରଣା; ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତା ଅବରୋଧ - ରାସ୍ତା ଅବରୋଧ

ବର୍ଷା ଦିନରେ ବି ପାନୀୟ ଜଳ ସମସ୍ୟା । ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକରେ ପିଇବା ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ଗରା, ବାଲଟି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ନିଜର ଦାବି ଜଣାଇଛନ୍ତି ।

ଫୋଟ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

By

Published : Sep 18, 2019, 8:49 PM IST

ବାରିପଦା: ଶ୍ୟାମାଖୁଣ୍ଟା ବ୍ଲକର ଭୋଳାଗୋଡ଼ିଆ ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ଗରା ବାଲ୍ଟି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାର ପ୍ରତିବାଦରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳର ଘୋର ସମସ୍ୟା ଲାଗିରହିଛି । ଗାଁରେ ଥିବା ୩ଟି ନଳକୂପରୁ ଲାଲ ରଙ୍ଗର ପାଣି ବାହାରୁଛି । ଏହା ବ୍ୟବହାରଯୋଗ୍ୟ ନୁହେଁ । ଗୋଟିଏ ନଳକୂପ ଅଚଳ ହୋଇ ପଡିଛି । ପାନୀୟ ଜଳ ପ୍ରସଙ୍ଗରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଏବଂ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି କିନ୍ତୁ ସମସ୍ୟା ସମାଧାନ ହୋଇପାରି ନାହିଁ । ତେବେ ଗ୍ରାମବାସୀ ରାସ୍ତା ରୋକ କରିବା ପରେ କୁଳିଅଣା ପୋଲିସ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details