ଓଡିଶା

odisha

ETV Bharat / state

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପ୍ରତିବାଦରେ ବିଶାଳ ରାଲି

ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଠାକୁରମୁଣ୍ଡା ଠାରେ ଏକ ବିଶାଳ ରାଲି କରିଛି ଆଦିବାସୀ ବିକାଶ ମଞ୍ଚ । ପଢନ୍ତୁ ଅଧିକ....

By

Published : Dec 24, 2020, 4:36 PM IST

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପ୍ରତିବାଦରେ ବିଶାଳ ରାଲି
ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପ୍ରତିବାଦରେ ବିଶାଳ ରାଲି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଢିପାସାହି ଠାରେ ଥିବା ସ୍ଵାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଠାକୁରମୁଣ୍ଡା ଠାରେ ଏକ ବିଶାଳ ରାଲି କରିଛି ଆଦିବାସୀ ବିକାଶ ମଞ୍ଚ । ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରୁଗୁଡିବେଡା ଠାରୁ ଏହି ବିଶାଳ ରାଲିରେ ଠାକୁରମୁଣ୍ଡା ବ୍ଳକ ପର୍ଯ୍ୟନ୍ତ ଯାଇ ଠାକୁରମୁଣ୍ଡା ପର୍ଯ୍ୟନ୍ତ ଯାଇଥିଲା । ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ଆଦିବାସୀ ବିକାଶ ମଞ୍ଚ ।

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପ୍ରତିବାଦରେ ବିଶାଳ ରାଲି

ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ସୈନିକ ବୀର ବିର୍ସା ମୁଣ୍ଡାଙ୍କ ଗୌରବ ଗାଥା ଭାରତୀୟଙ୍କ ସ୍ମୃତିରେ ଚିର ସ୍ମରଣୀୟ। ଆଉ ଏହାକୁ ଜୀବିତ ରଖିବା ପାଇଁ ଗାଁ ଗାଁରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ପୂଜାର୍ଚ୍ଚନା କରିଥାନ୍ତି ଆଦିବାସୀ । ପ୍ରତିମୂର୍ତ୍ତିକୁ କେହି ଦୁବୃର୍ତ୍ତ ଗତ ୯ ତାରିଖ ଭାଙ୍ଗିବା ପରେ ଏହା ବିରୋଧରେ ପ୍ରତିବାଦ ଓ ପ୍ରଜାମେଳି ଜୋର ଧରିଥିଲା ।

ପ୍ରତିମୂର୍ତ୍ତି ଭାଙ୍ଗିଥିବା ଦୁବୃର୍ତ୍ତଙ୍କୁ ତୁରନ୍ତ ଧରିବା ପାଇଁ ପ୍ରଶାସନ ଠୋସ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଭିଯୋଗ ମଧ୍ୟ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଦିବାସୀ ଯୁବକ ଯୁବତୀ । ତେବେ ଆଗାମୀ ଦିନରେ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ ନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ଆଦିବାସୀ ବିକାଶ ସମିତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details