ରାଇରଙ୍ଗପୁର: କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା । ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଠେଲାପେଲା । ରୋଗୀ ଅସୁସ୍ଥ ଥିବାରୁ ଡାକ୍ତରଖାନାକୁ ଆଣିଥିଲେ ସମ୍ପର୍କୀୟ । ତେବେ ରୋଗୀ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ ଡାକ୍ତର । ଏପଟେ ସ୍ଥାନାନ୍ତରଣ ପାଇଁ ଡାକ୍ତର କହିଥିବାବେଳେ ସେପଟେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି ।
ମୃତକ ମହିଳା ଜଣଙ୍କ କରଞ୍ଜିଆ ୱାର୍ଡ ନମ୍ବର 5ର ମନ୍ଦାକିନୀ ସାହୁ ବୋଲି ଜଣାପଡିଛନ୍ତି । ଏହା ଚିକିତ୍ସା ଅବହେଳାଜନିତ ମୃତ୍ୟୁ ହୋଇଥିବା ଅଭିଯାଗ କରି ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ପଚାରିଥିଲେ । ତେବେ ଏହାକୁ ନେଇ ଡାକ୍ତର ଓ ସମ୍ପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଡାକ୍ତରଙ୍କୁ ଠେଲାପେଲା କରିଥିବା ଜଣାପିଡିଛି ।