ଓଡିଶା

odisha

ETV Bharat / state

ଓଭରବ୍ରିଜ ନିର୍ମାଣ ଓ ଥଇଥାନ ଦାବିରେ ବିଶୋଇବାସୀଙ୍କ ଆମରଣ ଅନଶନ - rairangapur news

ରାଇରଙ୍ଗପୁର ଅନ୍ତର୍ଗତ ବିଶୋଇ ବ୍ଲକରେ ଓଭରବ୍ରିଜ ନଥିବାରୁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି ବିଶୋଇବାସୀ । ଓଭରବ୍ରିଜ ନିର୍ମାଣ ପାଇଁ ଆମରଣ ଅନଶନରେ ବସିଛନ୍ତି ବିଶୋଇବାସୀ ।

protest for demanding of an overbridge
ଓଭର ବ୍ରିଜ ନିର୍ମାଣ ଓ ଥଇଥାନ ଦାବିରେ ବିଶୋଇବାସୀଙ୍କ ଆମରଣ ଅନଶନ

By

Published : Oct 13, 2020, 4:23 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଓଭରବ୍ରିଜ ଓ ଥଇଥାନ ଦାବିରେ ଅନଶନ କରିଛନ୍ତି ବିଶୋଇବାସୀ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଓଭର ବ୍ରିଜ ନିର୍ମାଣ ଓ ଥଇଥାନ ଦାବିରେ ବିଶୋଇବାସୀଙ୍କ ଆମରଣ ଅନଶନ

ବିଶୋଇ ଛକ ନିକଟରେ ଓଭର ବ୍ରିଜ ନଥିବାରୁ ଅନେକ ସମୟରେ ସେଠି ଦୁର୍ଘଟଣା ଘଟୁଛି । ଫଳରେ ବହୁ ଧନଜୀବନ ନଷ୍ଟ ହେଉଛି । ସେଠି ଓଭର ବ୍ରିଜର ନିର୍ମାଣ ହେବାର ନିହାତି ଆବଶ୍ୟକତା ରହିଛି କହିଛନ୍ତି ବିଶୋଇବାସୀ । ବିଶୋଇ ବ୍ଲକ ଆଇଟିଆଇ ଛକଠାରୁ କଟାସ ଯାଏଁ ଓଭର ବ୍ରିଜ ତିଆରି କରିବା ପାଇଁ ଦାବି ହୋଇଛି। 50ନମ୍ବର ଜାତୀୟ ରାଜପଥ ଅଣଓସାରିଆ ହୋଇଥିବାରୁ ଜିଲ୍ଲା ପ୍ରଶାସନ ରାସ୍ତାକୁ ଓସାରିଆ କରିବା କାମ ଆରମ୍ଭ କରିଛନ୍ତି । ଏଥି ପାଇଁ ବହୁତ ଦୋକାନୀ ଓ 150ଟି ପରିବାର ବାସହରା ହୋଇଛନ୍ତି । ପ୍ରଭାବିତ ଦୋକାନୀ ଓ 180ଟି ପରିବାରଙ୍କୁ ଥଇଥାନ କରିବା ସହ ଓଭରବ୍ରିଜ ତିଆରି ପାଇଁ ଦାବି କରି ଆମରଣ ଅନଶନ କରିଛନ୍ତି ବିଶୋଇବାସୀ । ଆନ୍ଦୋଳନ ମଙ୍ଗଳବାରେ ଦ୍ବିତୀୟ ଦିନରେ ପହଞ୍ଚିଛି ।

ବିଶୋଇ ତହସିଲଦାର ଓ ଥାନାଧିକାରୀ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ,ହେଲେ ଆନ୍ଦୋଳନକାରୀ ଅଟଳ ରହିଥିଲେ । ଦାବି ପୂରଣର ପ୍ରତିଶ୍ରୁତି ନ ମିଳିବା ଯାଏ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ବିଶୋଇ ବ୍ଲକ ବାସିନ୍ଦା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details