ଓଡିଶା

odisha

ETV Bharat / state

ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଇଓ ଅଫିସ ସମ୍ମୁଖରେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କମ୍ୟୁନିଷ୍ଟ ଓ ଛାତ୍ର ସଂଗଠନ ଆଇଡିଏସ ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ବିରୋଧ କରି ବିକ୍ଷୋଭ
ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ବିରୋଧ କରି ବିକ୍ଷୋଭ

By

Published : Dec 17, 2020, 7:36 AM IST

ବାରିପଦା: ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କମ୍ୟୁନିଷ୍ଟ ଓ ଛାତ୍ର ସଂଗଠନ ଆଇଡିଏସ ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଇଓ ଅଫିସ ସମ୍ମୁଖରେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କମ୍ୟୁନିଷ୍ଟ ଓ ଛାତ୍ର ସଂଗଠନ ଆଇଡିଏସ ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ବିରୋଧ କରି ବିକ୍ଷୋଭ

ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ୩୧ଟି ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି କମ୍ୟୁନିଷ୍ଟ ଓ ଛାତ୍ର ସଂଗଠନ ଆଇଡିଏସଓ ।

ବୁଧବାର ଦୁଇ ସଂଗଠନ ପକ୍ଷରୁ ମିଳିତ ଭାବେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଇଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। କପ୍ତିପଦା ବ୍ଲକଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ବଣ ଜଙ୍ଗଲ ପାହାଡ଼ ଭିତରେ ଅନେକ ଗାଁ ରହୁଥିବାରୁ ଛାତ୍ରଛାତ୍ରୀ ଦୂର ସ୍ଥାନକୁ ଯାଇ ପାଠ ପଢିବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ବଦଳାଇ ପୁନଃ ବିଚାର କରି ସ୍କୁଲ ଗୁଡିକ ଖୋଲିବା ପାଇଁ ସଂଗଠନ ଦାବି କରିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦୁଇ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details