ଓଡିଶା

odisha

ETV Bharat / state

ହାଇସ୍କୁଲ ପରିସରରୁ ବେଆଇନ ମୋରମ ଉତ୍ତୋଳନ ବିରୋଧରେ ଧାରଣା - ମହାରାଜା ପ୍ରତାପ ଚନ୍ଦ୍ର ହାଇସ୍କୁଲ

ବେତନଟୀ ବ୍ଲକ ମହାରାଜା ପ୍ରତାପ ଚନ୍ଦ୍ର ହାଇସ୍କୁଲ ପରିସରରୁ ବେଆଇନ ମୋରମ ଉତ୍ତୋଳନକୁ ବିରୋଧ କରି ବେତନଟୀ ଉନ୍ନୟନ ପରିଷଦ ପକ୍ଷରୁ ତହସିଲ ଅଫିସ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ...

ହାଇସ୍କୁଲ ପରିସରରୁ ବେଆଇନ ମୋରମ ଉତ୍ତୋଳନ ବିରୋଧରେ ଧାରଣା
ହାଇସ୍କୁଲ ପରିସରରୁ ବେଆଇନ ମୋରମ ଉତ୍ତୋଳନ ବିରୋଧରେ ଧାରଣା

By

Published : Mar 23, 2021, 10:50 AM IST

ମୟୂରଭଞ୍ଜ: ବେତନଟୀ ବ୍ଲକ ମହାରାଜା ପ୍ରତାପ ଚନ୍ଦ୍ର ହାଇସ୍କୁଲ ପରିସରରୁ ବେଆଇନ ମୋରମ ଉତ୍ତୋଳନକୁ ବିରୋଧ କରି ବେତନଟୀ ଉନ୍ନୟନ ପରିଷଦ ପକ୍ଷରୁ ତହସିଲ ଅଫିସ ସମ୍ମୁଖରେ ଧାରଣା । ତେବେ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ହାଇସ୍କୁଲ ପରିସରରୁ ବେଆଇନ ଭାବେ ପାଖାପାଖି ହଜାରରୁ ଉର୍ଦ୍ଧ୍ବ ଟ୍ରିପ ମରୋମ ଚାଲାଣ ହୋଇଛି। ଦୁଇ ମାସ ପୂର୍ବରୁ ହାଇସ୍କୁଲ ପରିସରରେ ଥିବା ଏକ ଛୋଟ ପୋଖରୀରୁ ମୋରମ ମାଫିଆମାନେ ମୋରମ ଚୋରି କରି ନେଇଥିଲେ। ତେବେ ତହସିଲ ଅଫିସକୁ ଲାଗିଥିବା ହାଇସ୍କୁଲରୁ କିଭଳି ମୋରମ ଚୋରି ହେଲା, ତାକୁ ନେଇ ପ୍ରଶ୍ନ କରିଛନ୍ତି ବେତନଟୀ ଉନ୍ନୟନ ପରିଷଦ।

ହାଇସ୍କୁଲ ପରିସରରୁ ବେଆଇନ ମୋରମ ଉତ୍ତୋଳନ ବିରୋଧରେ ଧାରଣା

ବେତନଟୀ ଉନ୍ନୟନ ପରିଷଦ ପକ୍ଷରୁ ସୋମବାର ନ୍ୟାୟ ଦାବି ସହ ପୋଖରୀକୁ ତୁରନ୍ତ ବନ୍ଦ ଦାବିରେ ତହସିଲ ଅଫିସ ସମ୍ମୁଖରେ ପରିଷଦ ସଦସ୍ୟଙ୍କ ସହ ହାଇସ୍କୁଲର ପୁରାତନ ଛାତ୍ରମାନେ ଧାରଣାରେ ବସିଛନ୍ତି। ଉନ୍ନୟନ ପରିଷଦର ଅଭିଯୋଗ ଅନୁଯାୟୀ ଖୋଳା ଯାଇଥିବା ପୋଖରୀ ଭବିଷ୍ୟତରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରିବ। ତେବେ ଏନେଇ ବେତନଟୀ ଉନ୍ନୟନ ପରିଷଦର ମେମ୍ବରମାନେ, ଜିଲ୍ଲାପାଳ, ତହସିଲଦାର, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ବି ଏଯାଏଁ କୌଣସି ସୁଫଳ ମିଳିନାହିଁ।

ଏପଟେ ପ୍ରଶାସନ ଖୁବ ଶୀଘ୍ର ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ ବେତନଟୀ ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।



ମୟୂରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details