ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ଅଞ୍ଚଳର ବ୍ୟବସାୟୀ ଦିନେଶ ଦାସଙ୍କ ରେଷ୍ଟୁରାଣ୍ଟ ସିଲ୍ । ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ଖିଲାପ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ତାରକାନାଥ ହୋଟେଲ ଆଣ୍ଡ ରେସ୍ତୋରାଁକୁ ସିଲ୍ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବହଳଦା ବ୍ଳକ ଅନ୍ତର୍ଗତ ଝରାଡିହି ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ଦିନେଶ ଦାସ । ତାଙ୍କ କମ୍ପାନୀ 'ବିଲିୟନ ଡଲାର୍ସ ପ୍ରାଇଭେଟ ଲିମିଟେଡ ' ବ୍ୟାଙ୍କ ଅଫ ବରୋଦାରୁ ବିଭିନ୍ନ ଛୋଟ ବଡ଼ କମ୍ପାନୀ ନାମରେ ୩୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଋଣ ଉଠାଇ ନେଇଛନ୍ତି । ତେବେ ଋଣ ଫେରସ୍ତ କରିବାର ନାମ ଧରୁ ନଥିବାରୁ ବର୍ତ୍ତମାନ ଏହା ସୁଧ ମୂଳ ମିଶି 50 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।