ଓଡିଶା

odisha

ETV Bharat / state

ଦୁର୍ନୀତି ଅଭିଯୋଗ ଆଣି ନିଲମ୍ବିତ ହେଲେ ଅଧ୍ୟାପକ - ଦୁର୍ନୀତି ଅଭିଯୋଗ

ଚିତ୍ରଡା ଏସ୍‌ଏସ୍‌ବି ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଏଣ୍ଡ ଟେକ୍ନଲୋଜି କଲେଜରେ କର୍ତ୍ତୃପକ୍ଷଙ୍କ ଦ୍ଵାରା ଶୋଷଣର ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇ ଜଣେ ଅଧ୍ୟାପକ ନିଲମ୍ବିତ । ଏନେଇ ସମ୍ବାଦିକ ସମ୍ମିଳନୀରେ ଜଣାଇଲେ ନିଲମ୍ବିତ ଅଧ୍ୟାପକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Aug 11, 2019, 4:15 AM IST

ମୟୂରଭଞ୍ଜ: ଚିତ୍ରଡାଠାରେ ଥିବା ଏସ୍‌ଏସ୍‌ବି ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଏଣ୍ଡ ଟେକ୍ନଲୋଜିରେ ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଅନୁଷ୍ଠାନରୁ ବିତାଡିତ ହୋଇଥିବା ଅଧ୍ଯାପକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

କଲେଜ କର୍ତ୍ତୃପକ୍ଷଙ୍କ ଦ୍ଵାରା ଶୋଷଣର ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବାରୁ ସମ୍ପୃକ୍ତ ଅଧ୍ୟାପକଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି । ବାରିପଦା ସ୍ଥିତ ମୟୁରଭଞ୍ଜ ଆଥେଲେଟିକ ଏସୋସିଏସନ୍ସର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଲମ୍ବିତ ଅଧ୍ୟାପକ ସ୍ମାରକ ମାଝୀ ଏହି ଅଭିଯୋଗ କରିଛନ୍ତି ।

କଲେଜରୁ ନିଲମ୍ବନ ପରେ କଲେଜ କର୍ତ୍ତୃପକ୍ଷ ତିନି ମାସର ଦରମା ଓ ଅଭିଜ୍ଞତା ସାର୍ଟିଫିକେଟ ଦେଉନଥିବା ବେଳେ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରି ଉତ୍ତର ପାଉନଥିବା ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପକ କହିଛନ୍ତି । ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତ୍ରିକ୍ରିୟା ମିଳିପାରିନାହିଁ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details