ରାଇରଙ୍ଗପୁର: ଚିକିତ୍ସାଧୀନ କଏଦୀର ମୃତ୍ୟୁ । ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ( Rairangpur Sub Jail) ସଜ୍ଜା କାଟୁଥିବା ଜଣେ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଆଖି ବୁଜିଛି । ମୃତ କଏଦୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କୁଆଝରୀ ଗ୍ରାମ କୁମ୍ଭାରସାହିର ଚୈତନ୍ୟ ବେହେରା(୬୩) । ସେ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିଲା ।
ସୂଚନା ଅନୁଯାୟୀ, ୨୦୧୭ରେ ବିଶୋଇ ଥାନା ପୋଲିସ କୁମ୍ଭାରସାହିର ଚୈତନ୍ୟ ବେହେରାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ(rape case) ସେ ଦୋଷୀ ସାବ୍ୟସ୍ତ ହୋଇ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଏହି ଦଣ୍ଡାଦେଶ ଦେଇଥିଲେ । ଏହାପରେ ଚଳିତ ବର୍ଷ ଅଗଷ୍ଟ ୨୧ ତାରିଖରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ଜେଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ବାରିପଦା ପିଆରଏମ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ CVA ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।