ଓଡିଶା

odisha

ETV Bharat / state

ସରିଲା ରାଷ୍ଟ୍ରପତିଙ୍କ ୩ଦିନିଆ ଗସ୍ତ, ଫେରିଗଲେ ରାଇସିନା ହିଲ୍ - ଏମଏସସିବି ବିଶ୍ବବିଦ୍ୟାଳୟ

ମୟୂରଭଞ୍ଜ ଗସ୍ତର ଶେଷ ଦିନରେ ଏମଏସସିବି ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏହାପରେ ସେ ଜନ୍ମମାଟିରୁ ରାଇସିନା ହିଲକୁ ଫେରିଯାଇଛନ୍ତି । ଅଧିକ ପଢନ୍ତୁ

President Droupadi Murmu retuns Delhi
President Droupadi Murmu retuns Delhi

By

Published : May 6, 2023, 5:43 PM IST

ସରିଲା ରାଷ୍ଟ୍ରପତିଙ୍କ ୩ଦିନିଆ ଗସ୍ତ

ରାଇରଙ୍ଗପୁର:ଦେଶର ସର୍ବଶ୍ରେଷ୍ଠ ପଦବୀରେ ଅଳଙ୍କୃତ ହୋଇଥିବା ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଆଜି ସରିଲା ୩ ଦିନିଆ ଗୃହ ଜିଲ୍ଲା ଗସ୍ତ । ଏମଏସସିବି ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ସେ କର୍ମଭୂମି ଅଭିମୁଖେ ବାହୁଡିଛନ୍ତି । ଜନ୍ମମାଟିରୁ ରାଇସିନା ହିଲକୁ ଯାତ୍ରା କରିଛନ୍ତି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଯୋଗୁଁ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଖୁସିରେ ଆତ୍ମବିଭୋର ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବହୁ ବର୍ଷ ବ୍ୟବଧାନ ପରେ ଜଣେ ରାଷ୍ଟ୍ରପତି ଉକ୍ତ ବିଶ୍ବବିଦ୍ୟାଳୟକୁ ଆସିଥିବା ବେଳେ ଖୁବ ଖୁସି ହୋଇଥିଲେ ଛାତ୍ରଛାତ୍ରୀ । ୧୦ଟା ସମୟରେ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ ପରିସର ମଧ୍ୟରେ ଥିବା ମହାରାଜା ଶ୍ରୀରାମଚଦ୍ର ଭଞ୍ଜଦେଓଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ସମ୍ବେଦନଶୀଳ ଜନଜାତି ସମ୍ପ୍ରଦାୟ (ପି.ଭି.ଟି.ଜି.) ଲୋକମାନଙ୍କ ସହ ଭାବବିନିମୟ କରିଥିଲେ। ଏଥିପରେ ସମାଵର୍ତ୍ତନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହା ବି ପଢନ୍ତୁ- ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା, କ୍ଷମା ମାଗିଲେ ବିଶ୍ବବିଦ୍ୟାଳୟର କୁଳପତି

କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୌରହିତ୍ୟ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଅବଦାନ ଥିବା ୮ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ/ଡିଏସସି ପ୍ରଦାନ ନେଇ ତାଲିକା ଥିବା ବେଳେ ୪ଜଣ ଗ୍ରହଣ କରିଛନ୍ତି। ସେମାନେ ହେଲେ କଣ୍ଠଶିଳ୍ପୀ ସ୍ବରୂପା ଚକ୍ରବର୍ତ୍ତୀ, ଝୁମର ଗବେଷିକା ଡ. ବୀଣାପାଣି ମହାନ୍ତ, ରାଜଯୋଗିନୀ ବ୍ରହ୍ମକୁମାରୀ କମଳେଶ, ସାନ୍ତାଳୀ ସାହିତ୍ୟିକ ଅର୍ଜୁନ ଚରଣ ହେମ୍ବ୍ରମ୍‌ ପ୍ରମୁଖଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ଓ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡ. ଅଶୋକ କୁମାର ଦାସ । ଏଥି ସହିତ ପିଏଚଡି ଓ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି ।

ଭଞ୍ଜମାଟିକୁ ନମସ୍କାର କରି ଆରମ୍ଭ କଲେ ଭାଷଣ:- କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତି ଓଡ଼ିଆରେ ଅଭିଭାଷଣ ରଖିଥିବା ବେଳେ ଭଞ୍ଜମାଟିକୁ ନମନ କରିଛନ୍ତି । ମୁଁ ମୟୁରଭଞ୍ଜ ମାଟିର ଝିଅ କହିବା ସହ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ସତ ସତ ନମନ କରିଛନ୍ତି । ସାହିତ୍ୟ ତଥା ରାଜ୍ୟସାରା ପାଇଁ ତାଙ୍କ ଅବଦାନ ବାବଦରେ ସ୍ମରଣ କରିଛନ୍ତି । ଭାଷଣରେ କବିତା ସହିତ ଗୀତ ଗାଇଥିଲେ । ଶେଷ ଜୟ ଭଞ୍ଜଭୂମି କହି ତାଙ୍କ ଭାଷଣ ସାଙ୍ଗ କରିଥିଲେ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ତଥା ବିବରଣୀ ପାଠ କରିଥିଲେ।

ଫେରିଗଲେ କର୍ମଭୂମି:-କାର୍ଯ୍ୟକ୍ରମ ଶେଷରେ ମହାମହିମ ରାଷ୍ଟ୍ରପତି କଡ଼ା ସୁରକ୍ଷାବଳୟ ମଧ୍ୟରେ ସ୍ବତନ୍ତ୍ର ଗାଡ଼ିରେ ବାରିପଦାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚି ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଲେଇକୁଣ୍ଡା ଓ ସେଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ରାଇସିନା ହିଲ୍ ଅଭିମୁଖେ ଯାତ୍ରା କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details