ଓଡିଶା

odisha

ETV Bharat / state

ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ - car festival

ବାରିପଦା ଶ୍ରୀ ହରିବଳଦେଵଙ୍କ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jun 4, 2019, 2:55 PM IST

ମୟୂରଭଞ୍ଜ: ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ହରିବଳଦେଵଙ୍କ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ପୋଲିସ, ଅଗ୍ନିଶମ ବିଭାଗ ଏବଂ ବନବିଭାଗ ସହ ସୂଚନା ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ରଥଯାତ୍ରା ପାଇଁ ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏଥିରେ ରଥଯାତ୍ରା ପାଇଁ ଆବଶ୍ୟକ କାଠ ଏବଂ ଅନ୍ୟ ଉପକରଣ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ତେବେ ରଥ କାର୍ଯ୍ୟରେ ନିୟୋଜିତ ରଥ ମହାରଣାମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ନିଜ ନିଜ ସମସ୍ୟା ଜଣାଇଥିଲେ । ତେବେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସାରିବା ପାଇଁ ସମସ୍ତଙ୍କ ସହଯୋଗ ଲଡିଛନ୍ତି ଜିଲ୍ଲାପାଳ । ରଥଯାତ୍ରା ପୂର୍ବରୁ ସହରର ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ପୋଲିସ ବିଭାଗକୁ ତାଗିଦ ମଧ୍ୟ କରିଛନ୍ତି ସେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details