ଓଡିଶା

odisha

ETV Bharat / state

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ

ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଚତୁରାଞ୍ଜଳୀ ପଞ୍ଚାୟତ ର ହାତୀବନ୍ଧା ଗ୍ରାମରେ ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଏମିତି ଏକ ଅଭାବନୀୟ ଘଟଣା ର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

again pregnant women carried by cot in rairangpur
ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ

By

Published : Aug 24, 2022, 10:15 PM IST

ରାଇରଙ୍ଗପୁର: ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଏମିତି ଏକ ଅଭାବନୀୟ ଘଟଣା ର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏ ମୋବାଇଲ ରୁ ସେ ମୋବାଇଲ ଘରୁ ବୁଲୁଛି । ଏହି ଭିଡ଼ିଓ ଟି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଚତୁରାଞ୍ଜଳୀ ପଞ୍ଚାୟତ ର ହାତୀବନ୍ଧା ଗ୍ରାମର ଢ଼ିପା ସାହିର ବୋଲି ଜଣାପଡିଛି । ତେବେ ଭାଇରାଲ ଭିଡିଓ ଟି ୨୦ ତାରିଖ ର ବୋଲି ଜଣାପଡିଛି ।

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ

ସୂଚନା ଅନୁସାରେ , ରଞ୍ଜିତ ତିରିଆଙ୍କ ଗର୍ଭବତୀ ସ୍ତ୍ରୀ ରେଲା ପିଙ୍ଗୁଆଙ୍କୁ ଶୁକୃଳି ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଁ କୁ ରାସ୍ତା ସୁବିଧା ନଥିବାରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ଅନ୍ୟ ପଟେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି । ତେବେ ଦୀର୍ଘ ସମୟ ଧରି ମହିଳା ସମ୍ଭାଳି ନ ପାରିବାରୁ ଘରେ ହିଁ ପ୍ରସବ କରିବା ସହ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଘଟଣା ସ୍ଥଳରେ ସରପଞ୍ଚ ତାଙ୍କ ଘରେ ପହଞ୍ଚି ଆଶା ଦିଦିଙ୍କ ସହଯୋଗରେ ଖଟିଆରେ ପଲିଥିନ ବାନ୍ଧି ବର୍ଷାରେ ଗୋଟେ କିଲୋମିଟର ବିଲ ହିଡ଼ରେ ଗ୍ରାମବାସୀଙ୍କ ସହାୟତାରେ ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇ ଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଅଣାଯାଇ ଶୁକୃଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ମା ଓ ଶିଶୁ ଦୁହେଁ ସୁସ୍ଥ ଥିବା ଜଣାପଡିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details