ବାରିପଦା:ସୋମବାର ମୟୂରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଜଳ ଛଡା ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଭିସି ଯୋଗେ ଏହାର ଶୁଭାରମ୍ଭ କରିବେ । ଉଦଘାଟନ ପୂର୍ବରୁ ଆଜି(ରବିବାର) ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଏହି ଜଳସେଚନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ।
ଖୋଲିବ ସୁବର୍ଣ୍ଣରେଖା ଡ୍ୟାମ ଗେଟ: ସ୍ଥିତି ପରିଖିଲେ ପ୍ରଣବ, ନବୀନ କରିବେ ଉଦଘାଟନ - subarnarekha gate open
ସୋମବାର ଦିନ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଜଳ ଛଡା ଯିବ । ଭିସି ଯୋଗେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଉଦଘାଟନ ପୂର୍ବରୁ ଏହି ଜଳପ୍ରକଳ୍ପର ସ୍ଥିତି ପରିଖିଲେ ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ...
ଆସନ୍ତାକାଲି(ସୋମବାର) ସୁବର୍ଣ୍ଣରେଖା ଡ୍ୟାମର ପ୍ରଥମ ପର୍ଯ୍ୟାୟରେ ଜଳ ଛଡ଼ାଯିବ । ଏହାଦ୍ୱାରା ବିଶେଷକରି ବାରିପଦା, ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା, ବେତନଟି ବ୍ଲକର ୯୪ଟି ଗାଁର ୧୫ ହଜାର ୩୫୯ ହେକ୍ଟର ଜମି ଜଳସେଚିତ ହେବ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରିମୋଟ ମାଧ୍ୟମରେ ବାରିପଦାର କାଠପାଳ ନିକଟବର୍ତ୍ତୀ କୁରୁଡ଼ିହି ଠାରେ ଜଳ ସେଚନ ପାଇଁ ଗେଟ୍ ଖୋଲା ଯିବ । ଉଦଘାଟନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାରେ ଉପସ୍ଥିତ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବରିଷ୍ଠ ବିଜେଡି କର୍ମକର୍ତ୍ତା । ଆଜି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସମସ୍ତ ସ୍ଥାନ ବୁଲି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖ୍ୟ ଯୋଜନାର ସମୀକ୍ଷା କରିବା ସହ ଚାଷୀ ଓ ଲୋକମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି କାର୍ଯ୍ୟକ୍ରମ ସଫଳ ପାଇଁ ଆହ୍ୱାନ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ