ଓଡିଶା

odisha

ETV Bharat / state

ସରକାରୀ ବସରେ ଗଞ୍ଜେଇ ଚାଲାଣ ଚୋରା ଚାଲଣ, 3 ଅଟକ - ରାଜ୍ୟରେ ମାତୁଛନ୍ତି ଗଞ୍ଜେଇ ବ୍ୟାବସାୟୀ

ସରକାରୀ ବସ୍‌ରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ୍‌ । ବସରେ ଉପରେ ଚଢ଼ାଉ କରି ୧ଲକ୍ଷ ୩୦ ହଜାର ଟଙ୍କା ଗଞ୍ଜେଇ ଜବତ କଲା ପୋଲିସ । ଅଧିକ ପଢ଼ନ୍ତୁ

ସରକାରୀ ବସରେ ଗଞ୍ଜେଇ ଚାଲାଣ, ତିନି ଅଟକ
ସରକାରୀ ବସରେ ଗଞ୍ଜେଇ ଚାଲାଣ, ତିନି ଅଟକ

By

Published : Mar 14, 2023, 8:50 AM IST

ସରକାରୀ ବସରେ ଗଞ୍ଜେଇ ଚାଲାଣ, ତିନି ଅଟକ

ରାଇରଙ୍ଗପୁର: ରାଜ୍ୟରେ ମାତିଛନ୍ତି ଗଞ୍ଜେଇ ବ୍ୟବସାୟୀ । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ ପରେ ବି ଭୟ କରୁ ନାହାନ୍ତି । ସରକାରୀ ବସ୍‌ର ସାହାରା ନେଇ ଆରମ୍ଭ କରିଛନ୍ତି ଗଞ୍ଜେଇ ଚୋରା ଚାଲଣ । ତେବେ ସରକାରୀ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରିଛି । ୨୩ କେ.ଜି ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଯଶିପୁର ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ତେବେ ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ସାଢେ଼ 12ଟା ସମୟରେ ଅନୁଗୋଳରୁ ବାରିପଦା ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍‌ରୁ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି । ତେବେ ଯଶିପୁର ରୁ ରାଇରଙ୍ଗପୁର ହୋଇ ବାରିପଦା ଅଭିମୁଖେ ଯାତ୍ରା କରୁଥିଲା ଉକ୍ତ ସରକାରୀ ବସ । କୌଣସି ସୁତ୍ରରୁ ଖବର ପାଇ ଯଶିପୁର ଥାନା ପୋଲିସ ଯଶିପୁର ବସ୍‌ ଷ୍ଟାଣ୍ଡରେ ଜଗି ରହିଥିଲେ । ଉକ୍ତ ସରକାରୀ ବସ୍‌ଟି ଯଶିପୁର ବସ ଷ୍ଟାଣ୍ଡରେ ଲାଗିବା କ୍ଷଣି ଅତର୍କିତ ଭାବେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଚଢ଼ାଉ କରି ବସର ପଛପଟେ ଥିବା କ୍ୟାବିନରୁ ଗଞ୍ଜେଇ ସବୁକୁ ଜବତ କରିଥିଲା ପୋଲିସ ।

ଅଧିକ ପଢ଼ନ୍ତୁ: H3N2 Virus Scare: ସ୍ବାସ୍ଥ୍ୟ ବିଭାଗକୁ ଘାରିଲା ଭୟ, ଥଣ୍ଡା-କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ

ତେବେ ଗଞ୍ଜେଇ ସବୁକୁ ପଲିଥିନ ଗୁଡ଼ାଇ ଛୋଟଛୋଟ ପ୍ୟାକେଟ କରି ବସ୍‌ରେ ଚାଲାଣ କରାଯାଉଥିଲା । ଜବତ ପରେ ଯଶିପୁର ତହସିଲଦାର କ୍ରିସେନସିଆ ତୀର୍କୀ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଗୁଡ଼ିକର ଓଜନ କରା ଯାଇଥିଲା । ମୋଟ ୨୩ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅନୁମାନ କରିଛି ପୋଲିସ । ସରକାରୀ ବସର କଣ୍ଡକ୍ଟରଙ୍କ ସୂଚନା ଅନୁସାରେ ଉକ୍ତ ଗଞ୍ଜେଇ ଖମାର ବସଷ୍ଟାଣ୍ଡରୁ ୭ଜଣ ବସ ଯାତ୍ରୀ ଏହି ପ୍ୟାକେଟ୍‌ ସବୁ ଧରି ଉଠିଥିଲେ। ଏହାପରେ ଏହାକୁ ପଛ ଡିକିରେ ରଖି ଦେଇଥିଲେ ବସ୍‌ କଣ୍ଡକ୍ଟର । ସେପଟେ ଯଶିପୁର ଥାନା ପୋଲିସ ଉକ୍ତ ସରକାରୀ ବସକୁ ଅଟକ ରଖିବା ସହ ଦୁଇଜଣ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସେପଟେ ସେହି ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରିନି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details