ଓଡିଶା

odisha

ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ପୋଲିସକର୍ମୀ

ମୟୂରଭଞ୍ଜ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲେ ।

By

Published : Sep 8, 2019, 7:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ରକ୍ଷକ ସାଜିଲା ଭକ୍ଷକ । ଜଣେ ପୋଲିସ କର୍ମଚାରୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ସମ୍ନାକୁ ଆସିଛି । ଏଭଳି ଏକ ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଖବରମୁତାବକ, ଜହରଲାଲ ବେହେରା ନାମକ ଜଣେ ଚତୁର୍ଥ ଶ୍ରେଣୀ ପୋଲିସ କର୍ମଚାରୀ ଇଣ୍ଡୋର ଷ୍ଟାଡିୟମ ଦେଇ ଆସୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଟଣା ଓଟରା କରିଥିଲେ । ଏଥିସହ ଏକ ନିଛାଟିଆ ସ୍ଥାନରେ ଥିବା ପମ୍ପ ହାଉସ ନିକଟକୁ ଟାଣି ନେଇଥିଲେ। ତେବେ ଛାତ୍ରୀ ଜଣକ ଏ ଘଟଣା ସମ୍ପର୍କରେ ଘରଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ଆସି ଅଭିଯୁକ୍ତଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ।

ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details