ଓଡିଶା

odisha

ETV Bharat / state

ନାତୁଣୀଙ୍କୁ ଅଶ୍ଲୀଳ ଆଚରଣ କରୁଥିଲେ ଅଜା, ଭିଡିଓ କରୁଥିଲେ ଆଈ: ବାନ୍ଧିଲା ପୋଲିସ

ନାତୁଣୀଙ୍କୁ ଅଶ୍ଲୀଳ ଆଚରଣ କଲେ ଅଜା, ଭିଡିଓ ସୁଟିଂ କରୁଥିଲେ ଆଈ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

police arrested man for abusing minor girl
ନାତୁଣୀଙ୍କ ଅଶ୍ଳୀଳ ଆଚରଣ କଲେ ଅଜା

By

Published : Jan 14, 2023, 1:22 PM IST

ରାଇରଙ୍ଗପୁର: ଅଜା ନାତୁଣୀ ସମ୍ପର୍କରେ କଳଙ୍କ । ସୋସିଆଲ ମିଡିଆରେ ଭାଇରାଲ ହେଲା ଅଜା ନାତୁଣୀଙ୍କ ଅଶ୍ଲୀଳ ଭିଡିଓ । ଥାନାରେ ଅଭିଯୋଗ ପରେ ନାବାଳିକାଙ୍କ ସମ୍ପର୍କୀୟ ଅଜା ଓ ତାଙ୍କ ପତ୍ନୀଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ । ଭିଡିଓ ଭାଇରାଲ ପରେ ନାବାଳିକାଙ୍କୁ ଅଜାଙ୍କ ଘରୁ ଉଦ୍ଧାର କରିଛି ପୋଲିସ । ଗିରଫ ହୋଇଥିବା ସମ୍ପର୍କୀୟ ଅଜା ଜଣେ ଶିକ୍ଷକ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଭିଡିଓରେ ଥିବା ନାବାଳିକା ଜଣଙ୍କ ଘର ସୋସ ଅଞ୍ଚଳରେ ହୋଇଥିବା ବେଳେ ମାଆଙ୍କ ମୃତ୍ୟୁ ପରେ ତାଙ୍କ ମାମୁଁ ଗୋପୀନାଥ ବାଙ୍କିରା କାଶିବେଡା ସ୍ଥିତ ନିଜ ଘରକୁ ଆଣିଥିଲେ । ଏହାପରେ ଡ଼ଙ୍ଗାପାଣିର ସମ୍ପର୍କୀୟ ଅଜା ତଥା ବଡ଼ମହୁଲଡିହା ସେବାଶ୍ରମ ବିଦ୍ୟାଳୟର ଶିକ୍ଷକ ନିଜର ଝିଅ ନଥିବାରୁ ଉକ୍ତ ନାବାଳିକାଙ୍କୁ ଆଣି ପାଖରେ ରଖିଥିଲେ । ନାବାଳିକା ଜଣଙ୍କ ଅଜାଙ୍କ ପାଖରେ ରହି ପ୍ରଥମରୁ ପାଠ ପଢୁଥିବା ବେଳେ ବର୍ତ୍ତମାନ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି ।

ଏବେ ଅଚାନକ ଅଜା ନାବାଳିକା ସହିତ ଅଶ୍ଳୀଳ ଆଚରଣ କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଏହି ଅଶ୍ଲୀଳ ଆଚରଣ ଭିଡିଓ ଶିକ୍ଷକଙ୍କ ପତ୍ନୀ କରିଥିବା ବେଳେ ସେ ସ୍ବାମୀଙ୍କୁ ପଠାଉଥିଲେ । କିନ୍ତୁ ତାହା ଭୁଲରେ ଅନ୍ୟ ମାନଙ୍କ ପାଖକୁ ଚାଲି ଯାଇଥିଲା । ଫଳରେ ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଉକ୍ତ ଘଟଣା ସମ୍ପର୍କରେ ଗ୍ରାମବାସୀ ସାଲେଇବେଡା ସରପଞ୍ଚଙ୍କୁ ଜଣାଇବା ପରେ ବୈଠକ ବସି ଏହି ଘଟଣା ନେଇ ପୋଲିସକୁ ଜଣାଇବାକୁ ନିଷ୍ପତ୍ତି ହୋଇଥିଲା ।

ଏହାପରେ ଗତକାଲି ନାବାଳିକାର ଖୁଡି ସୁରୁ ପାଳେୟା ଠାକୁରମୁଣ୍ଡା ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶିକ୍ଷକ ତଥା ସମ୍ପର୍କୀୟ ଅଜା ରାମଚନ୍ଦ୍ର ସଏ ଓ ତାଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ସଏଙ୍କୁ ପୋଲିସ ଗିରଫ କରିଛି । ଉଭୟଙ୍କ ବିରୋଧରେ ଠାକୁରମୁଣ୍ଡା ଥାନାରେ କେଶ ନଂ 5/2023 ଧାରା 354 A, 354B IPC 8,17,67A, 67B IT ଆକ୍ଟରେ ତଦନ୍ତ କରୁଛି ପୋଲିସ । ତେବେ ଶିକ୍ଷକଙ୍କ ପତ୍ନୀ କାହିଁକି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ । କଣ ଥାଇ ପାରେ ଏହା ପଛରେ ରହସ୍ୟ ଉଭୟଙ୍କୁ ପଚରାଉଚରା ପରେ କାରଣ ସାମ୍ନାକୁ ଆସିବ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details