ରାଇରଙ୍ଗପୁର:ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଚାରି ଶିକାରୀକୁ ଗିରଫ କରିଛି ବନବିଭାଗ । ଏଥିସହ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ଅଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ଶିକାରୀ ୪ ଜଣ ହେଲେ ଗମେଇଘାଟି ଗାଁର ସଞ୍ଜୟ ସିଂ, ସଂଗ୍ରାମ ସିଂ ଏବଂ ସୁବର୍ଣ୍ଣମଞ୍ଜରୀ ଗ୍ରାମର ବିଶୁ ସିଂ ଓ ମଣ୍ଟୁ ସିଂ।
ଏହା ମଧ୍ୟ ପଢନ୍ତୁ- ବିପଦରେ ବିଦେଶୀ ପକ୍ଷୀ, ଧରା ପଡ଼ିଲା ନାବାଳକ ପକ୍ଷୀ ଶିକାରୀ
ସୂଚନା ଅନୁଯାୟୀ, ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ଘନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଯୁଗ୍ମ ଟାସ୍କ ଫୋର୍ସ ମୁଖ୍ୟ ଧୃବେନ୍ଦ୍ର ନାଥ ନାଏକ ଓ ଡେପୁଟି ରେଞ୍ଜର ସୁବାସ ସାହୁଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ କିଛି ଶିକାରୀ ଦେଶୀ ବନ୍ଧୁକ ପାଖରେ ରଖି ଶିକାର କରିବା ଉଦ୍ଦେଶ୍ୟରେ ଲୁଚି ରହିଥିଲେ । ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଗୁଳି ଚଳାଇବେ ବୋଲି ସିଧାସଳଖ ଧମକ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ- ଆକ୍ସନ ମୋଡରେ ବନବିଭାଗ: ଶିକାରୀ ଗିରଫ, 4 ବନ୍ଧୁକ ଜବତ