ଓଡିଶା

odisha

ETV Bharat / state

ଉତ୍ତର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +2 ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ - ଉତ୍ତର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ବାରିପଦା ସ୍ଥିତ ଉତ୍ତର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷ ପରୀକ୍ଷା ଫଳ ପ୍ରକାଶିତ । ଏ ନେଇ ଅଧିକ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଶାଖାର ଉପ ସଚିବ ଜୟଦେବ ପରମାଣିକ । ଅଧିକ ପଢନ୍ତୁ.....

ଉତ୍ତର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +2 ବିଜ୍ଞାନ ପରୀକ୍ଷା ଫଳ2020 ପ୍ରକାଶିତ
ଉତ୍ତର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +2 ବିଜ୍ଞାନ ପରୀକ୍ଷା ଫଳ2020 ପ୍ରକାଶିତ

By

Published : Aug 12, 2020, 9:30 PM IST

ବାରିପଦା: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତ ୨ ବିଜ୍ଞାନର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାବଦରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ କାର୍ଯ୍ୟାଳୟ,ବାରିପଦା ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଛି ।

ଚଳିତବର୍ଷ ଉତ୍ତର ଓଡ଼ିଶା ଜୋନର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାସ ହାର ୭୧.୭ ପ୍ରତିଶତ ରହିଛି । ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ୬୪.୪୨ ପ୍ରତିଶତ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାର ୮୪.୨୬, କେନ୍ଦୁଝର ଜିଲ୍ଲାର ୫୩.୨୯ ଓ ଭଦ୍ରକ ଜିଲ୍ଲାର ୭୫.୩୧ ପ୍ରତିଶତ ରହିଥିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ ଉପ ସଚିବ ଜୟଦେବ ପାରାମାଣିକ ସୂଚନା ପ୍ରଦାନ କରିଛନ୍ତି ।

ଉତ୍ତର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +2 ବିଜ୍ଞାନ ପରୀକ୍ଷା ଫଳ2020 ପ୍ରକାଶିତ

ମୟୁରଭଞ୍ଜ ଜିଲ୍ଲାର ସମୁଦାୟ ୭୭ ଟି ପରୀକ୍ଷା କେନ୍ଦ୍ରରେ ୫୩୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୩୪୨୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ୧୦୧୫ଜଣ ପାସ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୧୨୩୭ଜଣ , ତୃତୀୟ ଶ୍ରେଣୀରେ ୧୧୩୯ଜଣ ଓ ୩୨ଜଣ କମ୍ପାଟମେଣ୍ଟାଲରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଠାରେ ଥିବା ବ୍ରିଲିଆନସ୍ ସାଇନ୍ସ କଲେଜରେ ଚଳିତ ବର୍ଷ ୩ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ କେହି ଜଣେ ହେଲେ ପରୀକ୍ଷା ଦେଇନଥିବାରୁ ଜିରୋ ରେଜଲ୍ଟ ଆସିଛି । କେନ୍ଦୁଝର ଜିଲ୍ଲାରେ ୨୯୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୧୫୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିରୁ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ୩୧୧ ଜଣ ପାସ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୫୦୯ ଜଣ , ତୃତୀୟ ଶ୍ରେଣୀରେ ୭୩୩ ଜଣ ଓ ୨୩ ଜଣ କମ୍ପାଟମେଟାଲରେ ପାସ କରିଛନ୍ତି ।

ସେହିପରି ବାଲେଶ୍ବର ଜିଲ୍ଲାରେ ମଧ୍ୟ ୬୬୫୪ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୫୬୦୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିରୁ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ୨୭୭୦ ଜଣ ପାସ କରିଥିବା ବେଳେ ଦ୍ୱିତୀୟ ୧୯୯୩ ଶ୍ରେଣୀରେ ଜଣ , ତୃତୀୟ ଶ୍ରେଣୀରେ ୮୦୨ ଜଣ ଓ ୬୪୨ ଜଣ କମ୍ପାଟମେଣ୍ଟାଲରେରେ ପାସ କରିଛନ୍ତି । ଭଦ୍ରକ ଜିଲ୍ଲାରେ ମଧ୍ୟ ୨୬୭୪ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୨୦୧୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିରୁ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ୬୪୯ ଜଣ ପାସ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୯୧୧ ଜଣ , ତୃତୀୟ ଶ୍ରେଣୀରେ ୪୨୧ ଜଣ ଓ ୩୩ ଜଣ କମ୍ପାଟମେଣ୍ଟାଲରେ ପାସ କରିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

For All Latest Updates

ABOUT THE AUTHOR

...view details