ଓଡିଶା

odisha

ସ୍ବାଧୀନତା ଦିବସ ଅବସରରେ 1500 ଚାରା ରୋପଣ

By

Published : Aug 15, 2020, 5:11 PM IST

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ସ୍ବାଧିନତା ଦିବସ ଅବସରରେ ବୃକ୍ଷ ରୋପଣ କରି ମାତୃଭୁମିକୁ ସବୁଜ ସୁନ୍ଦର କରିବାର ଏକ ଛୋଟ ପ୍ରୟାସ କରିଛନ୍ତି । ସ୍ବାଧୀନତା ଦିବସ ଅବସରରେ 1500 ଚାରା ରୋପଣ କରିଛନ୍ତି । ଅଧିକ ପଢନ୍ତୁ...

ସ୍ବାଧୀନତା ଦିବସ ଅବସରରେ 1500 ବୃକ୍ଷ ରୋପଣ
ସ୍ବାଧୀନତା ଦିବସ ଅବସରରେ 1500 ବୃକ୍ଷ ରୋପଣ

ରାଇରଙ୍ଗପୁର: ସାରା ଦେଶର ଆଜି 74ତମ ସ୍ବାଧୀନତା ଦିବସ ପାଳନ କରୁଛି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ସ୍ବାଧୀନତା ଦିବସ ଅବସରରେ ଚାରା ରୋପଣ କରି ମାତୃଭୂମିକୁ ସବୁଜ ସୁନ୍ଦର କରିବାର ଏକ ଛୋଟ ପ୍ରୟାସ କରିଛନ୍ତି ।

ସ୍ବାଧୀନତା ଦିବସ ଅବସରରେ 1500 ବୃକ୍ଷ ରୋପଣ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ନେହେରୁ ଯୁବ କେନ୍ଦ୍ର ସଂଗଠନ ଶାଖା ତରଫରୁ ସମାଜସେବୀ ଦେବବ୍ରତ ସିଂ ଙ୍କ ପ୍ରୟାସରେ ମୁଖ୍ୟ ଅତିଥି ଭାବେ ବିଶୋଇ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟି ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଶୋଇ ଅଞ୍ଚଳର ପାଞ୍ଚଟି କ୍ଳବ ଯଥା ସାରନା ମାର୍ଶାଲ ୟୁଥ କ୍ଲବ, ବାବା ଜଳେଶ୍ବର ୟୁଥ କ୍ଲବ ଏବଂ ଅନ୍ୟ ତିନୋଟି କ୍ଳବର ସହାୟତାରେ 1500 ଚାରା ରୋପଣ କରାଯାଇଛି । ବିଶୋଇ ରେଞ୍ଜର ମଧ୍ୟ ନିଜେ 15ଟି ଚାରା ରୋପଣ କରିଛନ୍ତି ।

ଅଗଷ୍ଟ ମାସ ଶେଷ ସୁଦ୍ଧା ବିଶୋଇ ଅଞ୍ଚଳର ବିଭିନ୍ନ କ୍ଲବର ସହାୟତାରେ ଆହୁରି ମଧ୍ୟ 5000 ଚାରା ରୋପଣ କରାଯିବ ବୋଲି ସମାଜସେବୀ ଦେବବ୍ରତ କହିଛନ୍ତି । ତେବେ ତାଙ୍କର ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ABOUT THE AUTHOR

...view details