ରାଇରଙ୍ଗପୁର: ଖାଲି ପଡ଼ିଥିବା ପଦବୀ ପୂରଣ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ପିଆରଆଇ ସଦସ୍ୟ ଓ ସଦସ୍ୟା। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ପଞ୍ଚାୟତ କାର୍ଯ୍ୟାଳୟରେ।
ଦୀର୍ଘ ଦିନ ହେବ ଯାମଦା ବ୍ଲକରେ କର୍ମଚାରୀଙ୍କ ପଦ ଖାଲି ଥିବାରୁ ବ୍ଲକ ପିଆରଆଇ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଖାଲି ଥିବା ପଦବୀ ଗୁଡିକ ତୁରନ୍ତ ପୂରଣ କରିବା ଦାବିରେ ଯାମଦା ବ୍ଲକ ଚେୟାରମ୍ୟାନ ମାଳତୀ ଆଲଦାଙ୍କ ସମେତ ଭାଇସ ଚେୟାରମ୍ୟାନ, ସରପଞ୍ଚ ଓ ଅନ୍ୟାନ୍ୟ ପିଆରଆଇ ସଦସ୍ୟ ଓ ସଦସ୍ୟା ମାନେ ଯାମଦା ବ୍ଲକର ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହିତ ଫାଟକ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ।