ଓଡିଶା

odisha

ETV Bharat / state

ସୋସିଆଲ ମିଡିଆରେ କୋରୋନା ଗୁଜବ ପ୍ରଚାର କରି ଜଣେ ଗିରଫ - ଗୁଜବ ପ୍ରଚାର କରି ଜଣେ ଗିରଫ

ବାରିପଦା ସହରର ୧୭ ନମ୍ବର ୱର୍ଡର ସରାଫତ ତୁଲାଙ୍କୁ ଟାଉନ ପୋଲିସ ଗିରଫ କରିଛି । ସରାଫତ ତୁଲା ସୋସିଆଲ ମିଡ଼ିଆରେ କୋରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରଚାର କରିଥିଲେ । ଅଧିକ ପଢନ୍ତୁ...

କୋରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ
କୋରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ

By

Published : Apr 19, 2020, 8:27 PM IST

ବାରିପଦା: କୋରୋନାକୁ ନେଇ ସୋସିଆଲ ମିଡିଆରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ ସୋସିଆଲ ମିଡ଼ିଆରେ କୋରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରଚାର କରିଥଇବା ବାରିପଦାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ବାରିପଦା ସହର ୧୭ ନମ୍ବର ୱାର୍ଡର ସରାଫତ ତୁଲା ସୋସିଆଲ ମିଡ଼ିଆରେ କୋରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରଚାର କରିବା ନେଇ ଅଭିଯୋଗ ହୋଇଥିଲା । ରବିବାର ବାରିପଦା ପୋଲିସ ସରାଫତ ତୁଲାଙ୍କୁ ଗିରଫ କରିଛି।

କୋରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ

ପୋଲିସ କେଶ୍‌ ନମ୍ବର ୨୫୨ରେ ମାମଲା ରୁଜୁ କରି ଅଭିଯୁକ୍ତ ସରାଫତଙ୍କୁ କୋର୍ଟ ଚାଲାଣ କରିଛି । ତେବେ ପୂର୍ବରୁ ମଧ୍ୟ ବାରିପଦା ସହରରେ ଏଭଳି ମିଥ୍ୟା ଖବର ପ୍ରଚାର କରି 2 ଯୁବକ ଗିରଫ ହୋଇଛନ୍ତି । ତେବେ କୋରୋନା ସଙ୍କଟ ମଧ୍ୟରେ ସମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି ଚିନ୍ତାର ବିଷୟ ପାଲଟିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details