ଓଡିଶା

odisha

ETV Bharat / state

ମାସ୍କ ପିନ୍ଧୁନଥିବା ଲୋକଙ୍କ ଠାରୁ ପୋଲିସ ଆଦାୟ କଲା 2ଲକ୍ଷ 2ହଜାର ୬୦୦ ଟଙ୍କା - mayurbhanj

କୋରୋନା ମହାମାରୀ ମୁକାବିଲା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ମୟୂରଭଞ୍ଜ ଜିଲ୍ଲାବାସୀ ମାସ୍କ ପିନ୍ଧୁ ନଥିବାରୁ ମୟୂରଭଞ୍ଜ ପୋଲିସ କେବଳ ମେ ୧ ତାରିଖରେ ଦୁଇ ଲକ୍ଷ ଦୁଇ ହଜାର ଛଅ ଶହ ଟଙ୍କା ଫାଇନ ଆଦାୟ କରିଛି । ଅଧିକ ପଢ଼ନ୍ତୁ...

ବିନା ମାସ୍କ ବ୍ୟବହାରକାରୀ ଙ୍କ ଠାରୁ ମୟୁରଭଞ୍ଜ ପୋଲିସ ଆଦାୟ କଲା ଦୁଇ ଲକ୍ଷ ଦୁଇ ହଜାର ୬୦୦ ଟଙ୍କାବିନା ମାସ୍କ ବ୍ୟବହାରକାରୀ ଙ୍କ ଠାରୁ ମୟୁରଭଞ୍ଜ ପୋଲିସ ଆଦାୟ କଲା ଦୁଇ ଲକ୍ଷ ଦୁଇ ହଜାର ୬୦୦ ଟଙ୍କା
ବିନା ମାସ୍କ ବ୍ୟବହାରକାରୀ ଙ୍କ ଠାରୁ ମୟୁରଭଞ୍ଜ ପୋଲିସ ଆଦାୟ କଲା ଦୁଇ ଲକ୍ଷ ଦୁଇ ହଜାର ୬୦୦ ଟଙ୍କା

By

Published : Jun 2, 2020, 9:54 PM IST

ବାରିପଦା: କୋରୋନା ମହାମାରୀ ମୁକାବିଲା ପାଇଁ ସମଗ୍ର ବିଶ୍ବ ଲଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାବାସୀ ଏନେଇ ସଚେତନ ହେଉନଥିବା ଦେଖିବାକୁ ମିଳିଛି । କୋରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମ ଲାଗୁକରିଛନ୍ତି । ତେବେ ଲକଡାଉନ ୫.୦ରେ କିଛି ମାତ୍ରରେ କୋହଳ ହେବା ପରେ ଲୋକଙ୍କୁ କିଛିଟା ଆଶ୍ବସ୍ଥି ମିଳିଛି । ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ସମୟସୀମା ବୃଦ୍ଧି କରୁଥିବା ବେଳେ ଅଧିକାଂଶ ଲୋକ କିନ୍ତୁ ବେଫିକର ହୋଇ ମାସ୍କ ପିନ୍ଧୁ ନଥୁବା ଦେଖିବାକୁ ମିଳିଛି ।

ବିନା ମାସ୍କ ବ୍ୟବହାରକାରୀଙ୍କ ଠାରୁ ପୋଲିସ ଆଦାୟ କଲା 2ଲକ୍ଷ 2ହଜାର ୬୦୦ ଟଙ୍କା

ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ଲୋକେ କିନ୍ତୁ ଏହାକୁ ଖାତିର କରୁ ନଥିବା ଦେଖିବାକୁ ମିଳୁଛି । ତେବେ ମାସ୍କ ପିନ୍ଧୁ ନଥିବା ଲୋକଙ୍କଠୁ ପୋଲିସ ଫାଇନ ଅଦାୟକୁ ଜୋରଦାର କରିଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋମବାର ଜୁନ ୧ ତାରିଖରେ ପୋଲିସ ମାସ୍କ ପିନ୍ଧୁନଥିବା ଲୋକଙ୍କ ଠାରୁ 2ଲକ୍ଷ 2ହଜାର ୬୦୦ ଟଙ୍କା ଆଦାୟ କରିଛି । ପୋଲିସ କେବଳ ବାରିପଦା ସହରରେ ବିନା ମାସ୍କ ବ୍ୟବହାରକାରୀଙ୍କ ଠାରୁ ଅଦାୟ କରିଛି ୩୧ ହଜାର ଟଙ୍କା । ତେବେ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ସହ ସାମାଜିକ ଦୁରତ୍ବ ବଜାୟ ରଖିବାକୁ କହିଛନ୍ତି ମୟୁରଭଞ୍ଜ ଏସପି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details