ଓଡିଶା

odisha

ETV Bharat / state

ପ୍ରାର୍ଥୀ ନୁହଁନ୍ତି, ଭୋଟରଙ୍କ ପସନ୍ଦ ନୋଟା - ନୋଟା

କମୁଛି ପ୍ରାର୍ଥୀଙ୍କ ପ୍ରତି ଜନତାଙ୍କ ବିଶ୍ବାସ । ନୋଟାକୁ ପସନ୍ଦ କରୁଛନ୍ତି ଭୋଟର । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

By

Published : May 25, 2019, 3:07 PM IST

Updated : May 25, 2019, 5:30 PM IST

ମୟୂରଭଞ୍ଜ: ସରିଛି ଲୋକସଭା ନିର୍ବାଚନ-2019 । ରାଜ୍ୟରେ ବିଜେଡି ଜିତିଥିବା ବେଳେ କେନ୍ଦ୍ରରେ ବାଜିମାତ କରିଛି ବିଜେପି । ତେବେ ଚଳିତ ନିର୍ବାଚନରେ ସାମ୍ନାକୁ ଆସିଛି କିଛି ଏମିତି ଘଟଣା ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ମୋଟ ୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଥିଲେ । କିନ୍ତୁ ପ୍ରାର୍ଥୀଙ୍କଠାରୁ ନୋଟାକୁ ଅଧିକ ପସନ୍ଦ କରିଛନ୍ତି ଭୋଟର ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଜେପି, ବିଜେଡ଼ି ଏବଂ ଜେଏମଏମକୁ ଛାଡ଼ିଲା ପରେ ନୋଟାକୁ ୪ର୍ଥ ସର୍ବାଧିକ ଭୋଟ ମିଳିଛି । ସୂଚନାନୂଯାୟୀ, ବିଜେପି ପ୍ରାର୍ଥୀଙ୍କୁ ୪ ଲକ୍ଷ ୮୩ ହଜାର ୮୧୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ୪ ଲକ୍ଷ ୫୮ ହଜାର ୫୫୬ ଖଣ୍ଡ ଭୋଟ ମିଳିଛି । ସେହିପରି ଜେଏମଏମ ପ୍ରାର୍ଥୀଙ୍କୁ ୧ଲକ୍ଷ ୩୫ହଜାର ୫୫୨ ଖଣ୍ଡ ଭୋଟ ମିଳିଛି।

ପ୍ରମୁଖ ପ୍ରାର୍ଥୀଙ୍କୁ ଛାଡ଼ିଲା ପରେ ଆଉ ବାକି ଥିବା ୫ ପ୍ରାର୍ଥୀଙ୍କ ଠାରୁ ନୋଟା ରହିଛି ଯଥେଷ୍ଟ ଆଗରେ । ଏଠାରେ ନୋଟା ସପକ୍ଷରେ ୨୧ ହଜାର ୩୫୭ ଖଣ୍ଡ ଭୋଟ ପଡ଼ିଛି । ବିଜେପିକୁ ୪୨.୦୬ ପ୍ରତିଶତ ମିଳିଥିବା ବେଳେ ବିଜେଡ଼ିକୁ ୩୯.୮୬ ପ୍ରତିଶତ ଭୋଟ ମିଳିଛି । ସେହିପରି ଜେଏମଏମକୁ ୧୧.୭୮ ପ୍ରତିଶତ ଭୋଟ ମିଳିଥିବା ବେଳେ ନୋଟାକୁ ୧.୮୬ ପ୍ରତିଶତ ଭୋଟ ମିଳିଛି ।

ସଂସଦୀୟ ଆସନରେ ନୋଟା ସପକ୍ଷରେ ଏତେ ସଂଖ୍ୟକ ଭୋଟ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ନୋଟା 8 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚର୍ତୁଥ ସ୍ଥାନରେ ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 25, 2019, 5:30 PM IST

ABOUT THE AUTHOR

...view details