ବାରିପଦା: ମେଡିକାଲ ଅଛି ହେଲେ ନାହାନ୍ତି ଡ଼ାକ୍ତର । ଯାହାକୁ ନେଇ ତାତିଛନ୍ତି ଅଞ୍ଚଳବାସୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଏହି ମେଡିକାଲରେ ଚାରି ଜଣ ଡ଼ାକ୍ତର ରହିବାର ବ୍ୟବସ୍ଥା ଥିବା ବେଳେ ଏଠାରେ ଜଣେ ହେଲେ ଡ଼ାକ୍ତର ନାହାନ୍ତି । ଯେଉଁଥି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଆଜି (ଗୁରୁବାର) ଜଣେ ଗୁରୁତର ରୋଗୀ ଚିକିତ୍ସା ହୋଇ ନପାରିବାରୁ ଗ୍ରାମବାସୀମାନେ ମେଡିକାଲ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ।
ତେବେ ନିୟମିତ ଡାକ୍ତର ନିଯୁକ୍ତି ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ପ୍ରଥମେ ଘଟଣାର ସମାଧାନ ପାଇଁ ଆସିଥିବା ମେଡିକାଲ ଇନ-ଚାର୍ଜଙ୍କୁ ଗ୍ରାମବାସୀ ମାନେ ଅଟକ ରଖିଥିଲେ । ଏନେଇ ମେଡିକାଲ ଅଫିସରଙ୍କୁ ପଚାରିବାରୁ ସେ ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ ।