ବାରିପଦା: ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ସୁପ୍ରିମ କୋର୍ଟରୁ ସ୍ବୀକୃତି ମିଳିବା ପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦାର ଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ପାଇଁ ଦାବି କରି ମନ୍ଦିର ସମ୍ମୁଖ ରାସ୍ତାରେ ସେବାୟତ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାରିପଦାରେ କଟକଣା ଯୁକ୍ତ ରଥଯାତ୍ରା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ସେବାୟତଙ୍କ ସହ ବିଭିନ୍ନ ରାଜନୈତିକ ଦଳ।
ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦାବି - ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦାବି
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ରଥଯାତ୍ରା ଅନୁମତି ପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବାପାଇଁ ସେବାୟତ ଓ ବିଭିନ୍ନ ଦଳ ପକ୍ଷରୁ ଦାବି। ଅଧିକ ପଢନ୍ତୁ...
ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦାବି
ସୋମବାର ସେବାୟତ, ପୁରୋହିତ, ରଥ କାରିଗର, ସାଂସଦଙ୍କ ସହ ଜେଏମଏମ, କଂଗ୍ରେସ, ଜଗନ୍ନାଥ ସେନା ସହ ବିଭିନ୍ନ ସଂଗଠନର ପ୍ରତିନିଧି ସହରରେ ରାଲି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସହ ପ୍ରତିନିଧି ଦଳର ବୈଠକ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ବନ୍ଦ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ