ରାଇରଙ୍ଗପୁର: ଆଗାମୀ ପଞ୍ଚାୟତ ନିର୍ବାଚନ ଭୋଟର ତାଲିକାରେ ଭୋଟରଙ୍କ ନାଁ ବାଦ ପଡିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ହଳଦା ପଞ୍ଚାୟତ ୧୧ ନଂ ୱାର୍ଡ ସାନ ବାଇକଳା ଗ୍ରାମରୁ । ଭୋଟର ତାଲିକାରେ ତ୍ରୁଟି ହୋଇଥିବା ଅଭିଯୋଗ କରାଯାଇଛି ।
ତୁରନ୍ତ ସଂଶୋଧନ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟିଂ ପ୍ରକ୍ରିୟାକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଗତ ବିଧାନସଭା ନିର୍ବାଚନରେ ଭୋଟ ଦେଇଥିଲେ ସୁଦ୍ଧା ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାରେ ଗ୍ରାମବାସୀଙ୍କ ନାମ ନଥିବା କାରଣରୁ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସାନ ବାଇକଳା ଗ୍ରାମବାସୀ ।