ରାଇରଙ୍ଗପୁର :ମୟୂରଭଞ୍ଜ ପହଞ୍ଚିଲେ PCCF ୱାଇଲ୍ଡ ଲାଇଫ । ମୟୂରଭଞ୍ଜ ଜିଲ୍ଲା ପହଞ୍ଚି ବାରିପଦା ସହରର ଭଞ୍ଜପୁର ସ୍ଥିତ ଶହୀଦ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ । ଗତ ସୋମବାର ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଶହୀଦ ହୋଇଥିଲେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନା । ଏହି ଘଟଣାରେ ଶହୀଦ ବିମଳଙ୍କ ପରିବାର ଲୋକଙ୍କୁ PCCF ୱାଇଲ୍ଡ ଲାଇଫ୍ ସୁଶୀଲ କୁମାର ପୋପଲି ଆଜି ଭେଟିଛନ୍ତି ।
ଏହା ବି ପଢ଼ନ୍ତୁ: ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ ! ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା
ଶହୀଦଙ୍କ ପତ୍ନୀ ଲିପିନା ସ୍ବାଇଁଙ୍କୁ ଭେଟି ତାଙ୍କୁ ସମବେଦନା ଜଣାଇବା ସହ ଅନୁକମ୍ପାମୂଳକ ରାଶି ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବିମଳଙ୍କ ପରିବାର କହିଲେ ବାପା ମାଆ ଓ ତାଙ୍କ ପତ୍ନୀଙ୍କ ସହ ଏକ ୬ ବର୍ଷର ଝିଅ ରହିଛି ।
ଶହୀଦ ବିମଳଙ୍କ ପତ୍ନୀ ଲିପିନା ସ୍ୱାଇଁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀ ଲିପିନା ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି । ବୃଦ୍ଧ ବାପା, ମାଆ ଓ ୬ ବର୍ଷର ଝିଅର ସମସ୍ତ ଦାୟିତ୍ଵ ଲିପିନାଙ୍କ ଉପରେ ରହିଛି । ଲିପିନାଙ୍କ ଏକମାତ୍ର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ପରିବାର ଲୋକେ PCCFଙ୍କୁ ନିବେଦନ କରିଥିଲେ । ସରକାରୀ ଅନୁକମ୍ପା ରାଶି ପ୍ରଦାନ କରିବାକୁ PCCFଙ୍କ ନିକଟରେ ନିବେଦନ କରିଥିଲେ ବିମଲଙ୍କ ପରିବାର।