ବାରିପଦା:ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛନ୍ତି ଏପରି ଏକ ନାମ, ଯିଏ ନିଜ ବ୍ୟକ୍ତିତ୍ବ ଓ କୃତିତ୍ବ ବଳରେ ବ୍ୟାପକ ସମର୍ଥନ ଓ ସମ୍ମାନ ହାସଲ କରିଛନ୍ତି । କେନ୍ଦ୍ର ସରକାର ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରୁଛନ୍ତି । ୧୯୨୪ ମସିହା ଆଜିର ଦିନରେ ଅଟଳ ଜନ୍ମ ନେଇଥିଲେ ଗ୍ବାଲିୟର ସହରରେ । ୨୦୧୫ ମସିହାରେ ଭାରତ ରତ୍ନ ସମ୍ମାନରେ ତାଙ୍କୁ ସମ୍ମାନ କରାଯାଇଥିଲା । ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କୁ ମନେ ପକାଉଛି।
ଗଛରେ ଚିତ୍ର ଆଙ୍କି ପୁଣ୍ୟତିଥିରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି - pay tributes to atal bihari vajpayee in mayurbhanja
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଗଛରେ ଚିତ୍ର ଆଙ୍କି ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର । ଅଧିକ ପଢନ୍ତୁ...
ଏହି ଅବସରରେ ଗଛରେ ଖୋଦେଇ କରି ଅଟଳ ବିହାରୀ ବାଜପେୟୀଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ମୟୁରଭଞ୍ଜ ବେତନଟୀ ବ୍ଳକ ଆଗାଡ ଗାଁର ଶିଳ୍ପୀ ସମରେନ୍ଦ୍ର । ଗାଁ ମୁଣ୍ଡରେ ଥିବା କରଞ୍ଜ ଗଛରେ ବାଜପେୟୀଙ୍କ ଅବିକଳ ଚିତ୍ର ଆଙ୍କି ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତେବେ ଗଛରେ ଚିତ୍ର ଆଙ୍କିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ସମରେନ୍ଦ୍ର । ପୂର୍ବରୁ ଅନେକ ମହାପୁରୁଷଙ୍କ ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି ସେ । ମୁଦ୍ରଣକଳାରେ ସ୍ନାତକୋତ୍ତରର ଡିଗ୍ରୀ ହାସଲ କରି ଏକ ଘରୋଇ କଲେଜରେ ଅଧ୍ୟାପନା କରୁଥିବା ଶିଳ୍ପୀ ସମରେନ୍ଦ୍ର ଲକଡାଉନ ପାଇଁ ଏବେ ସବୁ ସମୟ ଗାଁରେ କଟୁଛି । ଏହି ବଳକା ସମୟରେ ପରିଶ୍ରମ କିଛି ଅଭିନବ ତଥା ଗଠନ ମୂଳକ କାର୍ଯ୍ୟ ନିର୍ମାଣ କରିବାର ନିଶା ତାଙ୍କୁ ଏଭଳି କରିବାପାଇଁ ଅବିକଳ ବାଟ କଢାଇ ନେଇଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ