ଓଡିଶା

odisha

ETV Bharat / state

ମେଡ଼ିକାଲ ପ୍ଲାଷ୍ଟର ଖସି ରୋଗୀ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ - କ୍ଷତିପୂରଣ ଦାବିରେ ରାସ୍ତାରୋକ

ପିଆରଏମ୍ ମେଡ଼ିକାଲ କଲେଜ ହସ୍ପିଟାଲରେ ଛାତରୁ ପ୍ଲାଷ୍ଟର ଖସି ରୋଗୀ ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ମେଡ଼ିକାଲ ପ୍ଲାଷ୍ଟର ଖସି ରୋଗୀ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ
ମେଡ଼ିକାଲ ପ୍ଲାଷ୍ଟର ଖସି ରୋଗୀ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

By

Published : Oct 9, 2021, 12:45 PM IST

ବାରିପଦା: ହସ୍ପିଟାଲରେ ଛାତରୁ ପ୍ଲାଷ୍ଟର ଖସି ରୋଗୀ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । ଚିକିତ୍ସା ପାଇଁ ପିଆରଏମ୍ ମେଡ଼ିକାଲ କଲେଜରେ ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକ ପୋଡା ଅସ୍ତିଆ ଗ୍ରାମର ଚକ୍ରଧର ସିଂଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲର ବାରଣ୍ଡାରେ ଚିକିତ୍ସିତ ହେଉଥିବା ବେଳେ ହଠାତ୍‌ ଛାତରୁ ପ୍ଲାଷ୍ଟର ଖସି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗତ ଅକ୍ଟୋବର ୪ ତାରିଖ ଦିନ ଅଧିକ ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ଚକ୍ରଧରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଚକ୍ରଧରଙ୍କ ପ୍ରାଣ ହରାଇଛନ୍ତି ।

ମେଡ଼ିକାଲ ପ୍ଲାଷ୍ଟର ଖସି ରୋଗୀ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଏପଟେ ମୃତ୍ୟୁ ପରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲରୁ ମୃତଦେହ ନେଇ ଆସି ଚକ୍ରଧରଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପୋଡା ଅସ୍ତିଆ ଛକରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଗତକାଲି ଠାରୁ ଏ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିଲା ବେଳେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲେ ହିଁ ରାସ୍ତାରୁ ହଟିବେ ବୋଲି ଦାବି କରିଛନ୍ତି ପରିବାର ଲୋକ।

ଅନ୍ୟପକ୍ଷରେ ରାସ୍ତାରୋକ ପାଇଁ ବାରିପଦା-ଉଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣରୂପେ ଠପ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details