ଓଡିଶା

odisha

ETV Bharat / state

ପିଆରଏମ୍ ମେଡ଼ିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ! - ପିଆରଏମ୍ ମେଡ଼ିକାଲରେ

ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପୁଣି ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ। ମେଡ଼ିକାଲ ଗେଟ ସମ୍ମୁଖରେ ଶବ ରଖି ଧାରଣା ଦେଲେ ପରିବାର ଲୋକେ। ଅଧିକ ପଢନ୍ତୁ........

ପିଆରଏମ୍ ମେଡ଼ିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ !
ପିଆରଏମ୍ ମେଡ଼ିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ !

By

Published : Jul 2, 2020, 7:36 AM IST

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ନ୍ୟାୟ ପାଇଁ ମେଡ଼ିକାଲ କଲେଜ ଗେଟ ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ ମୃତକଙ୍କ ପରିବାର ଲୋକ ।

ପିଆରଏମ୍ ମେଡ଼ିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ !

ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଯଦୁନାଥପୁର ବେଲପାହାଡ଼ି ଗାଁର ଚାନ୍ଦରାୟ ହାଁସଦାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ବୁଧବାର ଚିକିତ୍ସା ପାଇଁ ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ନଥିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ଓହରିଥିଲେ।

ମୟୂରଭଞ୍ଜରୁ ମୃତ୍ୟୁ଼ଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details