ଓଡିଶା

odisha

ETV Bharat / state

ପାତା ପର୍ବ ପାଳିଲେ ସ୍ବଚ୍ଛ ଗାଁର ସାନ୍ତାଳୀ ସମ୍ପ୍ରଦାୟ, ସାମିଲ ହେଲା ପଡୋଶୀ ଝାଡଖଣ୍ଡ - ମୟୂରଭଞ୍ଜରେ ପାତା ପର୍ବ ପାଳିତ

ଆକର୍ଷଣ ପାଲଟିଛି ଆଦିମ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟଙ୍କ ପାତା ପର୍ବ। ଅଧିକ ପଢ଼ନ୍ତୁ

pata festival celebrated in mayurbhanj
ପାତା ପର୍ବ ପାଳିତ: ସ୍ବଚ୍ଛତାର ଉଦାହରଣ ଦେଲେ ଆଦିମ ସାନ୍ତାଳୀ ସମ୍ପ୍ରଦାୟ

By

Published : Mar 6, 2022, 9:38 AM IST

ରାଇରଙ୍ଗପୁର: ପାତା ପର୍ବ ଅବସରରେ ଚଳଚଞ୍ଚଳ ହୋଇଉଠିଛି ସ୍ଵଚ୍ଛତାର ଗାଁ ବୋବେଇଯୋଡା। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବୋବେଇଯୋଡା ଗାଁରେ ନିରାଡମ୍ବର ଭାବେ ପାତା ପର୍ବ ପାଳିତ ହୋଇଯାଇଛି। ସାନ୍ତାଳୀ ସମ୍ପ୍ରଦାୟର ଆଦିମଙ୍କ ଏହି ନିଆରା ପର୍ବ ସଭିଙ୍କ ଆକର୍ଷଣ ପାଲଟିଛି।

ପାତା ପର୍ବ ପାଳିତ: ସ୍ବଚ୍ଛତାର ଉଦାହରଣ ଦେଲେ ଆଦିମ ସାନ୍ତାଳୀ ସମ୍ପ୍ରଦାୟ

ପାତା ପର୍ବକୁ ନେଇ ମୟୂରଭଞ୍ଜ ଜିଲ୍ଲା ବୋବେଇଯୋଡା ଗାଁରେ ରହୁଥିବା ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ନିଜ ଘରଦ୍ବାର, କାନ୍ଥ ବାଡ଼ରେ ବିଭିନ୍ନ ଆକର୍ଷଣୀୟ ଚିତ୍ର ଆଙ୍କିଥିବା ବେଳେ ଗାଁ ଦାଣ୍ଡ ଚାରିଆଡ଼େ ପରିଷ୍କାର ପରିଚ୍ଛନ୍ନ ରହିଛି। ଏହି ଗାଁର ପରିଷ୍କାର ପରିଚ୍ଛନ୍ନତା ଓ ପରିମଳ ବ୍ୟବସ୍ଥା ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନଠୁ ମଧ୍ୟ ପଛରେ ପକାଇଛି। ଏହି ଗାଁରେ ଅନୁଷ୍ଠିତ ପାତା ପର୍ବରେ ପଡ଼ୋଶୀ ଜିଲ୍ଲା ସମେତ ଝାଡ଼ଖଣ୍ଡ ରାଜ୍ୟର ହଜାର ହଜାର ଲୋକ ସାମିଲ ହୋଇଥିଲେ।

ଏହି ଗାଁର ବିଶେଷତ୍ଵ ହେଉଛି ସ୍ଵଚ୍ଛତା । ମାଟି କାନ୍ଥରେ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତ୍ର ଓ ନିଆରା କଳାକୃତି । ଏହି ଗାଁରେ ସ୍ଵଚ୍ଛତା ପ୍ରତି ସଭିଏଁ ସଚେତନ ଥିବାରୁ ବିକାଶର ବହୁ ପଛରେ ଥିଲେ ମଧ୍ୟ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଶିବରାତ୍ରୀ ପରେ ତିନି ଚାରି ଦିନ ଧରି ଗାଁରେ ପାଳିତ ହୁଏ ପାତା ପର୍ବ। ଉତ୍ସବ ମାଧ୍ୟମରେ ଏଠାକାର ଲୋକେ ସ୍ଵଚ୍ଛତାର ବାର୍ତ୍ତା ଦେଇଥାନ୍ତି । ଏବଂ ଏହି ପର୍ବ ମାଧ୍ୟମରେ ନିଜ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆହ୍ବାନ ଦେଇଥାନ୍ତି। ଏହାର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଆଦିବାସୀ ନୃତ୍ୟ । ଯୁବତୀ ଓ ମହିଳାମାନେ ସୁସଜ୍ଜିତ ପାରମ୍ପରିକ ପୋଷାକରେ ନାଗଡା ଓ ମାଦଳର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ପରିବେଶରେ ଗାଁଦାଣ୍ଡ ଉତ୍ସବମୁଖର ହୋଇପଡ଼େ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details