ଓଡିଶା

odisha

ETV Bharat / state

OAS ପରୀକ୍ଷାରେ ୧୧ତମ ସ୍ଥାନ ଅଧିକାର କଲେ ଯଶିପୁରର ପଙ୍କଜ କୁମାର - OAS ପରୀକ୍ଷା 2022

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ 11ତମ ସ୍ଥାନ ଅଧିକାର କଲେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକର ପଙ୍କଜ କୁମାର । କହିଲେ ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ମିଳିବ ଅବସର । ଅଧିକ ପଢନ୍ତୁ

OAS ପରୀକ୍ଷାରେ ୧୧ତମ ସ୍ଥାନ ଅଧିକାର କଲେ ଯଶିପୁରର ପଙ୍କଜ କୁମାର
OAS ପରୀକ୍ଷାରେ ୧୧ତମ ସ୍ଥାନ ଅଧିକାର କଲେ ଯଶିପୁରର ପଙ୍କଜ କୁମାର

By

Published : Oct 8, 2022, 8:35 AM IST

ରାଇରଙ୍ଗପୁର:ଓଡିଶା ଲୋକ ସେବା ଆୟୋଗ (OPCS) ଦ୍ବାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ (OAS) ପରୀକ୍ଷାରେ ୧୧ତମ ସ୍ଥାନ ଅଧିକାର କରିଛନ୍ତି ରାଇରଙ୍ଗପୁର ଯଶିପୁର ବ୍ଲକର ପଙ୍କଜ କୁମାର ମହାନ୍ତ । ପଙ୍କଜଙ୍କ ବାପା ବିଶ୍ଵନାଥ ମହାନ୍ତ ଯଶିପୁର ବ୍ଲକ ଦୁର୍ଦ୍ଦୁରା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ମାତା ଜୟନ୍ତୀ କାଶିପାଳ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଯଶିପୁର ବଜାର ଭଣ୍ଡାରିପୋଷି କଲୋନୀର ବାସିନ୍ଦା ପଙ୍କଜ ଯଶିପୁର ସରକାରୀ ହାଇସ୍କୁଲରୁ ମାଟ୍ରିକ, ବାରିପଦାର ଏକ ଆବାସିକ କଲେଜରୁ +୨ ରେ ସଫଳତା ହାସଲ କରିବା ପରେ ଓୟୁଏଟି ବିଶ୍ଵବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ସମାପ୍ତ କରିଥିଲେ । ପରେ ଉଚ୍ଚଶିକ୍ଷା ପାଇଁ ପ୍ରତିଷ୍ଠିତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଥିଲେ । କୀଟ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ ପଙ୍କଜ ।

ତେବେ ସେ ଜଣେ ବିଜ୍ଞାନ ଛାତ୍ର ହୋଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳର ବିକାଶ ପାଇଁ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି । ପ୍ରଶାସନିକ ସେବାରେ ଯୋଗ ଦେଇ ମୟୂରଭଞ୍ଜ ଭଳି ଜିଲ୍ଲାଗୁଡିକରେ ଜନଜାତିଙ୍କର ବିକାଶ ପାଇଁ ସେମାନଙ୍କ ନିକଟତର ହୋଇ ସେବା କରିବାର ସୁଯୋଗ ମିଳିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି । ପଙ୍କଜଙ୍କର ଏହି ସଫଳତା ପରେ ସ୍ଥାନୀୟ ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ରାଇରଙ୍ଗପୁର, ଇଟିଭି ଭାରତ

ABOUT THE AUTHOR

...view details