ଓଡିଶା

odisha

ETV Bharat / state

କାନ୍ଥରେ ଖୋଦେଇ କରି ଚାଚାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର - କାନ୍ଥରେ ଖୋଦେଇ କରି ଚାଚାଙ୍କ ଜନ୍ମ ଜୟନ୍ତୀ

ଶୁକ୍ରବାର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ । ଶିଶୁ ଦିବସ ଭାବେ ପାଳିତ ହେଉଥିବା ନେହେରୁଙ୍କ ଜୟନ୍ତୀରେ ନେହେରୁଙ୍କ ଫଟୋ ଚିତ୍ର କାନ୍ଥରେ ଖୋଦେଇ କରି ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର। ଅଧିକ ପଢନ୍ତୁ.....

Pandit Jawaharlal Nehru's birth anniversary,Tribute to painter Samarendra
କାନ୍ଥରେ ଖୋଦେଇ କରି ଚାଚାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର

By

Published : Nov 13, 2020, 4:29 PM IST

ବାରିପଦା: ଚାଚା ନେହେରୁ ନାମରେ ଖ୍ୟାତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ନଭେମ୍ବର ୧୪କୁ ସମଗ୍ର ଭାରତବର୍ଷରେ ଶିଶୁଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ କାନ୍ଥରେ ଖୋଦେଇ କରି ଚାଚା ନେହେରୁଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ଆଗାଡ ଗ୍ରାମର ଶିଳ୍ପୀ ସମରେନ୍ଦ୍ର ।

କାନ୍ଥରେ ଖୋଦେଇ କରି ଚାଚାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର

ପୂର୍ବରୁ ଗଛରେ, କାର୍ଡବୋର୍ଡରେ ଏଭଳି ମହାପୁରୁଷମାନଙ୍କ ଚିତ୍ର ଆଙ୍କି ଚର୍ଚ୍ଚିତ ହୋଇଥିବା ଶିଳ୍ପୀ ସମରେନ୍ଦ୍ର ଶିଶୁ ଦିବସ ପାଇଁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିର ଶିଶୁ କାଲିର ଭବିଷ୍ୟତ । ଶିଶୁମାନଙ୍କୁ ଉନ୍ନତ ଶିକ୍ଷା, ବିକଶିତ ସ୍ଵାସ୍ଥ୍ୟ ଏବଂ ଉଚିତ ସଂସ୍କାର ପ୍ରଦାନ କରି ଗଢ଼ି ତୋଳିଲେ ଏକ ଉନ୍ନତ ତଥା ବିକଶିତ ରାଷ୍ଟ୍ରର ପରିକଳ୍ପନା ସମ୍ଭବ ହୋଇପାରିବ ।

ଏହି ପରିପ୍ରେକ୍ଷୀରେ ଶିଶୁ ଦିବସରେ ବ୍ୟାପକ ସଚେତନତା ସୃଷ୍ଟି ସହିତ ନିଜ ଗାଁର କୋମଳମତି ଶିଶୁମାନଙ୍କୁ ନେହେରୁଙ୍କ ଚିତ୍ର ବେଶ୍ ଉତ୍ସାହିତ କରିବ । ସବୁବେଳେ ଗଠନମୂଳକ ଚିନ୍ତାଧାରା ନେଇ ଅଭିନବ ପଦକ୍ଷେପ ଗ୍ରହଣ କରୁଥିବା ଚିତ୍ରଶିଳ୍ପୀ ସମରେନ୍ଦ୍ରଙ୍କ ଏହି କଳାକୃତି ପାଇଁ ଅଞ୍ଚଳର ବୟୋଜ୍ୟେଷ୍ଠଙ୍କ ପାଇଁ ବେଶ ପ୍ରଶଂସିତ ହୋଇପାରିଛନ୍ତି ।

ମୁଦ୍ରଣକଳାରେ ସମରେନ୍ଦ୍ର ସ୍ନାତକୋତ୍ତରର ଡିଗ୍ରୀ ହାସଲ କରି ଏକ ଘରୋଇ କଲେଜରେ ଅଧ୍ୟାପନା କରୁଥିବା ଶିଳ୍ପୀ ସମରେନ୍ଦ୍ର ଲକଡାଉନ ପାଇଁ ଏବେ ସବୁ ସମୟ ଗାଁରେ କଟୁଛି । ଏହି ବଳକା ସମୟରେ ପରିଶ୍ରମ କିଛି ଅଭିନବ ତଥା ଗଠନମୂଳକ କାର୍ଯ୍ୟ ନିର୍ମାଣ କରିବାର ନିଶା ତାଙ୍କୁ ଏଭଳି କରିବାପାଇଁ ଅବିକଳ ବାଟ କଢାଇ ନେଇଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details