ଓଡିଶା

odisha

ETV Bharat / state

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫସେଇ ଦିଆଯାଇଛି: ଗ୍ରାମବାସୀ

ଜଣେ ସଚ୍ଚୋଟ ଅଧିକାରୀଙ୍କୁ ଫସେଇ ଦିଆଯାଇଥିବା ଅଭିଯୋଗ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲାଇଛନ୍ତି ଆରପଟା ଗ୍ରାମବାସୀ । ଖବର ଅନୁଯାୟୀ ଗୁରୁବାର ଆରପଟା ଗ୍ରାମପଞ୍ଚାୟତର ୨ ଜଣ ହିତାଧିକାରୀ ସ୍ୱରୂପ ନାୟକ ଓ ଦେବାଶିଷ ପୃଷ୍ଟି ବିଜୁପକ୍କା ଘର ପାଇଁ ଆରପଟା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମୁର୍ମୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନସ ଦ୍ଵାରା ଗିରଫ ହୋଇଥିଲେ।

By

Published : Feb 9, 2019, 12:02 AM IST

Updated : Feb 9, 2019, 4:07 AM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
ମୟୁରଭଞ୍ଜ: ବିଜୁ ପକ୍କା ଘର ଯୋଜନା ମଞ୍ଜୁର ପାଇଁ ହିତାଧିକାରୀଙ୍କ ଠାରୁ 5ହଜାର ଟଙ୍କା ନେଉଥିଲେ ଲାଞ୍ଚ । ସେହି ସମୟରେ ଭିଜିଲାନ୍ସ ହାତରେ ଧରାପଡି ଗୁରୁବାର ଗିରଫ ହୋଇଥିଲେ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଦାସମାତ ମୁର୍ମୁ । ମାତ୍ର ଏହି ଘଟଣାରେ ଆସିଛି ନୂଆମୋଡ । ଜଣେ ସଚ୍ଚୋଟ ଅଧିକାରୀଙ୍କୁ ଫସେଇ ଦିଆଯାଇଥିବା ଅଭିଯୋଗ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲାଇଛନ୍ତି ଆରପଟା ଗ୍ରାମବାସୀ।

ମିଳିଥିବା ଖବର ଅନୁଯାୟୀ ଗୁରୁବାର ଆରପଟା ଗ୍ରାମପଞ୍ଚାୟତର ୨ ଜଣ ହିତାଧିକାରୀ ସ୍ୱରୂପ ନାୟକ ଓ ଦେବାଶିଷ ପୃଷ୍ଟି ବିଜୁପକ୍କା ଘର ପାଇଁ ଆରପଟା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମୁର୍ମୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ।

ଏହି ଘଟଣାର ଅନ୍ୟ ଏକ ଦିଗ ରହିଥିବା ଅଭିଯୋଗ କରିଛନ୍ତି ଆରପଟା ଗ୍ରାମପଞ୍ଚାୟତର ବାସିନ୍ଦା। ଗିରଫ ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମାର୍ଣ୍ଡିଙ୍କୁ ଯୋଜନାବଦ୍ଧ ଭାବେ ଫସାଇ ଦିଆଯାଇଥିବା ସାଂଘାତିକ ଅଭିଯୋଗ କରିଛନ୍ତି ବାସିନ୍ଦା । ଜଣେ ସଚ୍ଚୋଟ ଅଫିସରଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।


ଶହଶହ ଗ୍ରାମବାସୀ ନାରା ବାଜି କରିବା ସହ ଗ୍ରାମପଞ୍ଚାୟତରେ ତାଲା ପକାଇବା ସହ କରିଛନ୍ତି ରାସ୍ତାରୋକ । ଉଦଳା-ବାରିପଦା ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ବନ୍ଦ କରିଥିଲେ ଲୋକେ । ସେମାନଙ୍କ ଦାବି ଯେ ଗିରଫ କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମାର୍ଣ୍ଡିଙ୍କୁ ମୁକୁଳାଯାଉ ଓ ସ୍ୱରୂପ ନାୟକ ଓ ଦେବାଶିଷ ପୃଷ୍ଟିଙ୍କୁ ଗିରଫ କରାଯାଉ।

ଜଣାଯାଇଛି ଯେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଫଳରେ ଉଦଳା-ବାରିପଦା ମୁଖ୍ୟ ରାସ୍ତାରେ ଗାଡି ମଟର ଚଳାଚଳ ବନ୍ଦ ରହିଥିଲା । ଫଳରେ ଯାତ୍ରୀ ନାନା ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଖୁଣ୍ଟା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ରାସ୍ତାରୋକ ହଟିଥିବା ଖବର ମିଳିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ


Last Updated : Feb 9, 2019, 4:07 AM IST

For All Latest Updates

ABOUT THE AUTHOR

...view details